ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସୂଚନାଯୋଗ୍ୟ, ତା ୧୬-୦୬-୨୦୨୫ ରିଖ ସନ୍ଧ୍ୟା ୪ଟା ସମୟରେ ଯେତେବେଳେ ଏତଲାକାରି କିଶୋର ପାଇକ ଆର. ଉଦୟଗିରି ଥାନା ଅନ୍ତର୍ଗତ ହାଟପଦାରେ ବାବୁଲା ରାଜେନ୍ଦ୍ର ପାତ୍ରଙ୍କ ଧର୍ମପତ୍ନୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ନିଜ ଘରକୁ ଫେରି ଦେଖିଲେ ଯେ, ଘର କବାଟ ଭାଙ୍ଗିକି ପଡିଛି ତଥା ପାଖରେ ଏକ ଶାବଳ ପଡିଛି, ସେତେବେଳେ ସେ ଘର ଭିତରକୁ ଯାଇ ଦେଖିଲେ ଯେ, ତାଙ୍କ ଘରୁ କେହି ଜଣେ ସୁନା ଗହଣା , ମୋବାଇଲ ତଥା ତିନି ହଜାର ଟଙ୍କା ଚୋରି କରି ଘରର ଆସବାବପତ୍ର ଏଣେତେଣେ ପକାଇ ପଳାଇଛି। ପରେ ସେ ଏ ନେଇ ସ୍ଥାନୀୟ ପୋଲିସଙ୍କୁ ଜଣାଇ ମାମଲା ନମ୍ବର ୬୫/୨୫ରେ ଏକ ମାମଲା ରୁଜୁ କରିଥିଲେ ଓ ସବ-ଇନ୍ସପେକ୍ଟର ସନ୍ଦୀପ ହେମ୍ବ୍ରମ ଉକ୍ତ ମାମଲାର ତଦନ୍ତ କରି ସବୁ ଜିନିଷ ଆସାମୀଙ୍କ ପାଖରୁ ଉଦ୍ଧାର କରି ରୁବୁଡ଼ସିଂର ଏବଲ ଭୂୟାଁଙ୍କୁ କୋର୍ଟ ଚାଲାଣ କରିଥିଲେ।
୯ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ପ୍ରମାଣକୁ ଭିତ୍ତି କରି ଏହି ମାମଲାର ଶୁଣାଣି କରି ଆଜି ମାନ୍ୟବର ଜେଏମ୍ଏଫସି ତରୁଣ କୁମାର ସେଠି ଅଭିଯୁକ୍ତଙ୍କୁ ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୫ (ଘରେ ପଶି ଚୋରି କରିବା)ରେ ୩ବର୍ଷର ସଜା ଓ ୩ହଜାର ଟଙ୍କାର ଜୋରିମାନା ତଥା ଧାରା ୩୩୨(ଗ) (ଘରେ ପଶି ଘଟଣା ଘଟାଇବା) ରେ ୨ବର୍ଷର ସଜା ଓ ୨ହଜାର ଟଙ୍କା ଜୋରିମାନାରେ ଉକ୍ତ ଅଭିଯୁକ୍ତଙ୍କୁ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ପୃଥକ ଭାବେ ଆଉ ଏକ ବର୍ଷ ଦୁଇ ଦଫାରେ ଅଲଗା ଅଲଗା ସଜା ଭୋଗ କରିବେ ଅଭିଯୁକ୍ତ। ସୂଚନାଯୋଗ୍ୟ, ଏହି ଦୁଇ ଦଣ୍ଡ ଗୋଟେ ସରିବା ପରେ ଆଉ ଗୋଟେ ଅର୍ଥାତ ସମୁଦାୟ ପାଞ୍ଚ ବର୍ଷର ସଜା ଅଭିଯୁକ୍ତ ଭୋଗ କରିବେ ବୋଲି ବିଚାରପତି ନିଜ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ହରିକୃଷ୍ଣ ପ୍ରଧାନ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ମାମଲାରେ ତ୍ୱରିତ ବିଚାର କରାଯାଇ ମାତ୍ର ପାଞ୍ଚ ମାସରେ ଦୋଷୀକୁ ଦଣ୍ଡିତ କରାଯାଇଛି।
Sign in
Sign in
Recover your password.
A password will be e-mailed to you.