କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଲୌହ ମାନବ ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ଜିଲ୍ଲାସ୍ତରୀୟ ଏକତା ପଦଯାତ୍ର ଅନୁଷ୍ଠିତ ହୋଇଯାଇଛି | ଅଙ୍ଗୁଳିଆ ହାଇସ୍କୁଲ ପଡିଆଠାରୁ ବାହାରି -ରାଜଗଡ଼ ପର୍ଯ୍ୟନ୍ତ ପଦଯାତ୍ରା ଆୟୋଜିତ ହୋଇଥିଲା |ଏହି ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ସେବା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟଵଂଶୀ ସୂରଜ ଯୋଗଦେଇଥିଲେ | ଗଡ଼ଜାତ ରାଜ୍ୟ ଗୁଡିକୁ ମିଶ୍ରଣ କରି ଭାରତକୁ ଏକତା ସୂତ୍ରରେ ବାନ୍ଧିବାରେ ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କ ଅବଦାନ କୁ ମନେପକେଇଥିଲେ | ଏହା ସହିତ ଯୁବ ଵର୍ଗ ପଟେଲଙ୍କ ନୀତି ଆଦର୍ଶ ଅନୁସରଣ କରି ଭାରତକୁ ଏକ ଶ୍ରେଷ୍ଠ ରାଷ୍ଟ୍ରରେ ପରିଣତ କରିବାପାଇଁ ଆହ୍ୱାନ ଦେଇଥିଲେ ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟଵଂଶୀ ସୂରଜ | ଏହି ପଦଯାତ୍ରାରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମହାକାଳପଡ଼ା ବିଧାୟକ ଡ.ଦୁର୍ଗା ପ୍ରସନ ନାୟକ,କେନ୍ଦ୍ରାପଡ଼ା ସାଂସଦଙ୍କ ପ୍ରତିନିଧି ଶଶାଙ୍କ ସେଠୀ,ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ନବକ୍ରିଷ୍ଣ ଜେନା,ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂ,ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ମାଇ ଭାରତ ଯୁବ କେନ୍ଦ୍ରର ଅଧିକାରୀ ତିରୁପତି ଗୋଲୀ ରେଡ୍ଡୀ,ବିଚିତ୍ର କୁମାର ପରିଡା, ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ | ଏହା ସହିତ ଶପଥପାଠ ମଧ୍ୟ କରାଯାଇଥିଲା | ଏହି ପଦଯାତ୍ରାରେ ଛାତ୍ରଛାତ୍ରୀଙ୍କ ସହିତ ବିଭାଗ ଵର୍ଗର ଜନସାଧାରଣ ସାମିଲ ହୋଇଥିଲେ | ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା |
Sign in
Sign in
Recover your password.
A password will be e-mailed to you.