ବ୍ୟାଙ୍କର ପ୍ରତିଷ୍ଠାତାଙ୍କ ୧୭୩ ତମ ଜନ୍ମ ବାର୍ଷିକ ଉତ୍ସବ।

3

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-. ବୁଧୁବାର ଦିନ ପୂର୍ବାହ୍ନ ୧୧. ୩୦ ମିନଟ ସମୟରେ ଭଞ୍ଜନଗର ବେଲଗୁଣ୍ଠା ରୋଡରେ ଅବସ୍ଥିତ କାନାରା ବ୍ୟାଙ୍କ ଠାରେ ବ୍ୟାଙ୍କର ପ୍ରତିଷ୍ଠାତା ଏ. ସୁବାରାଓ ପାଇଙ୍କର ୧୭୩ ତମ ଜନ୍ମବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ୧୯୦୬ ମସିହାରେ କର୍ଣ୍ଣାଟକର ମାଙ୍ଗାଲୋର ଠାରେ କାନାରା ବ୍ୟାଙ୍କ ପ୍ରଥମେ ଆରମ୍ଭ ହୋଇଥିଲା। ଶାଖା ପରିଚାଳକ ଜୟକୃଷ୍ଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ୟାଙ୍କର ପ୍ରଥମ ଗ୍ରାହକ ତଥା ବରିଷ୍ଠ ନାଗରିକ ତଥା ବରିଷ୍ଠ ସାମ୍ବାଦିକ ମାଗୁଣି ମିଶ୍ର ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦଘାଟନ କରିଥିବା ବେଳେ, ଶାଖା ପରିଚାଳକ ଓ ବ୍ୟାଙ୍କର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ସାମ୍ବାଦିକ ଶ୍ରୀ ମିଶ୍ର ପ୍ରତିଷ୍ଠାତାଙ୍କ ବିଷୟରେ ସମ୍ୟକ ସୂଚନା ଦେଵା ସହ ଶାଖାର ଉନ୍ନତି କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗ୍ରାହକ ରାଜେନ୍ଦ୍ର ପତି,ଅବସରପ୍ରାପ୍ତ ପୋଲିସ ଅଧିଲାରୀ ରାଜେନ୍ଦ୍ର ପଣ୍ଡା, ଗୌରୀ ଶଙ୍କର ପ୍ରଧାନ, ସତ୍ୟ ନାରାୟଣ ପଣ୍ଡା, ବିକ୍ରମ ସାମଲ ସମେତ ବହୁ ଗ୍ରାହକ ଉପସ୍ଥିତ ଥିଲେ। ବ୍ୟାଙ୍କ କର୍ମଚାରୀ – ରଶ୍ମିତା ବେହେରା ସହକାରୀ ଶାଖା ପରିଚାଳିକା, ଦେବାନନ୍ଦ ବେହେରା କୋଷାଧକ୍ଷ, ଭୀମସେନ ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ବ୍ୟାଙ୍କର କର୍ମଚାରୀ ମାନେ ଉପସ୍ଥିତ ଗ୍ରlହକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.