ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ସରକାରଙ୍କ ତରଫରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ନିମନ୍ତେ ଶିକ୍ଷା ବାଧ୍ୟତାମୂଳକ କରିଥିବା ବେଳେ ଅଧାରୁ ପାଠ ଛାଡ଼ିଦେଇଥିବା ଛାତ୍ରଛାତ୍ରୀ କିମ୍ବା ମୂଳରୁ ନାମ ଲେଖାଇ ନଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ପୂର୍ବରୁ ସର୍ଭେ କରାଯାଇଥିବା ବେଳେ ବର୍ତ୍ତମାନ ସେମାନଙ୍କୁ ସ୍ଵତନ୍ତ୍ର ଅଭିଯାନ ମାଧ୍ୟମରେ ଶିକ୍ଷା ମୁଖ୍ୟ ସ୍ରୋତରେ ସାମିଲ୍ କରାଯାଇଛି I ଏହି ପ୍ରରିପ୍ରେକ୍ଷୀରେ ଗତ ଦୁଇ ଦିନ ମଧ୍ୟରେ ବେଲଗୁଣ୍ଠା ବ୍ଲକ୍ ର ସମସ୍ତ ଏଗାରଟି କ୍ଲଷ୍ଟର୍ ରୁ ଅଧାରୁ ପାଠ ଛାଡିଥିବା ୨୯ ଜଣ ଛାତ୍ରଛାତ୍ରୀଙ୍କର ନାମ ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟରେ ପଞ୍ଜୀକରଣ କରା ଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ, ପ୍ରତିଭା କୁମାରୀ ରଥଙ୍କ ସମେତ ସମସ୍ତ ସିଆରସିସିଙ୍କୁ ନେଇ ଗଠିତ ତିନୋଟି ଟିମ୍ ବ୍ଲକ୍ ରା ସମସ୍ତ ଗ୍ରାମରେ ବୁଲି ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କୁ ସଚେତନ କରିବା ସହ ସେମାନଙ୍କୁ ଶିକ୍ଷା ମୁଖ୍ୟ ସ୍ରୋତରେ ସାମିଲ୍ କରିଛନ୍ତି I ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ରଥ ନିଜେ ବିଭିନ୍ନ ଦୂର୍ଗମ ଅଞ୍ଚଳ ପରିଦର୍ଶନ କରି ବହୁ ଛାତ୍ରଛାତ୍ରୀଙ୍କ ନାମ ଲେଖାଇ ଅଭିଭାବକ ମହଲରୁ ବେଶ୍ ପ୍ରଶଂସା ସାଉଁଟି ପାରିଛନ୍ତି I
Sign in
Sign in
Recover your password.
A password will be e-mailed to you.