ବିଧବା ମହିଳାକୁ ପ୍ରତାରଣା ଅଭିଯୁକ୍ତ ଗିରଫ

3

( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର): ବଡ଼ବଜାର ଥାନା ଅନ୍ତର୍ଗତ କୁଠାରି ମନ୍ଦିର ସାହିର ପ୍ରମୋଦ କୁମାର ନାୟକ ନାମକ ଜଣେ ଯୁବକ କୁ ଗିରଫ କରି ବଡ଼ବଜାର ପୋଲିସ କୋର୍ଟ ଚାଲାଣ କରିଛନ୍ତି। ଘଟଣାରୁ ପ୍ରକାଶ ଯେ ଉକ୍ତ ଅଞ୍ଚଳର ଜନୈକା ମହିଳାଙ୍କ ସ୍ବାମୀ କିଛି ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିଲେ ଓ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଯୁବକ ଜଣକ ମହିଳାଙ୍କ ସହିତ ସମ୍ପର୍କରେ ଆସିଥିଲେ ଓ ବିଭିନ୍ନ ପ୍ରଲୋଭନ ଦେଖାଇ ବିବାହ ର ପ୍ରତିଶୃତି ଦେଇ ଉକ୍ତ ମହିଳା ସହ ଶାରୀରିକ ସମ୍ପର୍କ ରଖିଥିଲା। କିନ୍ତୁ ଏହା ମଧ୍ୟରେ ବିବାହ କଥା ଗଡେଇ ନିଜର ସ୍ବାର୍ଥ ହାସଲ କରିଥିଲା। ଏହି ଭଳି ପରିସ୍ଥିତିରେ ମହିଳା ଜଣକ ବିବାହ ପାଇଁ ଜିଦ୍ କରିବାରୁ କିଛି ମାସ ହେଲା ଯୁବକ ଜଣକ ବିବାହ ପ୍ରତିଶ୍ରୁତି ରୁ ଓହରି ଯିବା ପରେ ପୀଡ଼ିତା ମହିଳା ଜଣକ ବଡ଼ବଜାର ଥାନା ରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Leave A Reply

Your email address will not be published.