( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଅଙ୍କୁଶପୁର ନିକଟସ୍ଥ ଲକ୍ଷ୍ମୀ ବିହାର ଜନବସତି ଅଂଚଳରୁ ଏକ ଗଳିତ ଶବ ଉଦ୍ଧାର କରି ସଦର ଥାନା ପୋଲିସ୍ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ମୃତ ବ୍ୟକ୍ତିଙ୍କ କୌଣସି ପରିଚୟ ମିଳିନଥିବା ବେଳେ ଗତ ତିନି ଦିନ ପୁର୍ବରୁ ତାର ମୃତ୍ୟୁ ହୋଇଥିବା ଜଣାପଡିଛି। ଯେହେତୁ ଗତ ତିନି ଦିନ ହେଲା ଅଞ୍ଚଳରେ ଦୁର୍ଗନ୍ଧ ବହୁଥିବା ଅଞ୍ଚଳ ଲୋକ ଜାଣିପାରି ମଧ୍ୟ କେହି କିଛି ଅନୁଧ୍ୟାନ କରିନଥିଲେ। ଗତକାଲି ଜଣେ ବ୍ୟକ୍ତି ଗନ୍ଧ ବାରି ଗୋଟିଏ ଲଟାବୁଦା ମୁଳରେ ମୁହଁ ତଳକୁ କରି ଜଣେ ବ୍ୟକ୍ତି ର ଶବ ପଡ଼ିଥିବା ଦେଖି ଅଞ୍ଚଳ ରେ ପ୍ରକାଶ କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ସାଗଣ୍ଟିଫିକ୍ ସହ ପହଞ୍ଚି ଶବ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇ ଶବ ବ୍ୟବଚ୍ଛେଦ ପରେ ଶବ ସଂରକ୍ଷଣ ଗୃହ ରେ ରଖି ଏକ ଅପମୃତ୍ୟୁ ମାମଲା ନଂ ୩୩/୨୫ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post