ଓଡଗାଁ,୧୮/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ଲଡ଼ୁକେଶ ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଚାଲିଥିବା ୬୪ତମ ସର୍ବ ଭାରତୀୟ ଫୁଟବଲ ଟୁଣ୍ଣାର୍ମେଣ୍ଟର ୩ୟ ଦିବସ ମଙ୍ଗଳବାର ଗ୍ରୁପ ବି’ର ଖେଳରେ ୟୁନାଇଟେଡ ସ୍ପୋର୍ଟ୍ସ କ୍ଲବ, ବରଗଡ଼ ୧-୦ ଗୋଲରେ ଟାରଜନ କ୍ଲବ, କଟକକୁ ହରାଇ ବିଜୟ ଲାଭ କରିଛି । ଖେଳର ପ୍ରଥମାର୍ଦ୍ଧରେ ଉଭୟ ଦଳର ଖେଳ ସଂଘର୍ଷ ପୂର୍ଣ୍ଣ ରହିଥିଲା ବେଳେ ୨୩ ମିନିଟ ସମୟରେ ବରଗଡ଼ ଦଳର ୨୦ ନଂ ଜର୍ସିର ଖେଳାଳି ଭରତ ମୁଣ୍ଡା ଏକ ଗୋଲ ସ୍କୋର କରି ଦଳକୁ ୧- ୦ ରେ ଅଗ୍ରଣୀ କରିଥିଲେ । ଏବଂ ଦ୍ବିତିୟାର୍ଦ୍ଧରେ ଖେଳକୁ ବରାବର ସ୍ଥିତିରେ ପହଞ୍ଚାଇବା ପାଇଁ କଟକ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ । ତେବେ ଖେଳ ଶେଷ ସୁଦ୍ଧା ପ୍ରତିପକ୍ଷଙ୍କୁ ଗୋଲ ସୁଝି ପାରିନଥିଲେ । ଫଳରେ ୟୁନାଇଟେଡ ସ୍ପୋର୍ଟ୍ସ କ୍ଲବ, ବରଗଡ ୧-୦ରେ ବିଜୟ ଲାଭକରି ସେମିଫାଇନାଲରେ ପ୍ରବେଶ କରିଛି । ମୁଖ୍ୟ ଅତିଥି ବିଜୟୀ ଦଳ ବରଗଡ଼ର ଭରତ ମୁଣ୍ଡାଙ୍କୁ ଆଜିର ଶ୍ରେଷ୍ଠ ଖେଳାଳି ରୁପେ ଏକ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ । ମୁଖ୍ୟ ରେଫେରି ଭାବେ ଜ୍ୟୋତିରଞ୍ଜନ ସ୍ୱାଇଁ, ଲାଇନରେ ପ୍ରସନ୍ନ ନାୟକ ଓ ପ୍ରିୟବ୍ରତ ବାରିକ ସହାୟତା କରିଥିବା ବେଳ ୪ର୍ଥ ରେଫେରୀ ଭାବେ ଜଗନ୍ନାଥ ପରିଡା ଖେଳ ପରିଚାଳନା କରିଥିଲେ । ବୁଧବାରର ସ୍ପୋର୍ଟ୍ସ ହଷ୍ଟେଲ, ନୟାଗଡ ବନାମ ଏମ.କେ.ଏସ.ସି., ବକ୍ସର, ବିହାର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ରବୀନ୍ଦ୍ର କୁମାର ଚୌଧୁରୀଙ୍କ ସୂଚନାରୁ ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.