ତେନ୍ତଳାପଶି ଆଦିବାସୀ ନାବାଳିକା ଝିଅ ହତ୍ୟା ଦୁଷ୍କର୍ମ ମାମଲାରେ ୩ଜଣଙ୍କୁ ଜାମିନ।

3

 ବାପା ମାଆ ଡିଆଇଜିଙ୍କୁ ଦରଖାସ୍ତ ଦେଇ ସିବିଆଇ,କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ।

କେନ୍ଦୁଝର,ତା୧୮/୧୧- ଆଜି କେନ୍ଦୁଝର ଜିଲ୍ଲା ସାରା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବାର ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଲୋକେ ସ୍ୱତଃପୂର୍ତ୍ତ ଭାବେ ଏହାକୁ ସମର୍ଥନ କରି ସହଯୋଗ କରୁଛନ୍ତି। ତେଣୁ ଆଦିବାସୀ ଅଂଚଳରେ ଝିଅଙ୍କୁ ହତ୍ୟା ଦୁଷ୍କର୍ମ କରୁଥିବା ଅପରାଧୀଙ୍କ ଦମନ କରିବାକୁ ପ୍ରଶାସନ ଉପରେ ଚାପ ବଢୁଛି। ଏହି କଥା ଶୁଣି ପଣ୍ଡାପଡ଼ା ଥାନା ଅନ୍ତର୍ଗତ ତେନ୍ତଳାପଶି ଗ୍ରାମରୁ ଏକ ଆଦିବାସୀ ଦମ୍ପତ୍ତି ଚନ୍ଦ୍ରମଣି ନାଏକ ଓ ସୁକାନ୍ତି ନାଏକ କେନ୍ଦୁଝର ସହରକୁ ଗୁହାରି କରିବାକୁ ଧାଇଁ ଆସିଥିଲେ। ସୂଚନା ଯୋଗ୍ୟ କି ତା୧୭/୧୧/୨୫ରିଖ ରାତିରେ ସେମାନଙ୍କ ଝିଅ ମୀରାରାଣୀ ନାଏକ(୧୭)କୁ ପଡୋଶୀ ଗାଁ ପିଲା ସାଗର ନାଏକ(୧୮)ଡାକି ନେଇ ସାଙ୍ଗ ମାନଙ୍କ ସହ ମିଶି ଦୁଷ୍କର୍ମ କରି ହତ୍ୟା କରିଥିଲା। ଘରେ ରାତିରେ ଝିଅକୁ ଖୋଜି ପାଇଲେ ନାହିଁ କିନ୍ତୁ ସକାଳେ ଝିଅ ନିଜ ବାରିରେ ଥିବା ଛୋଟ ସଜନା ଗଛରେ ତଳେ ଠିଆ ହୋଇ ଝୁଲୁ ଥିବାର ପରିବାର ଲୋକେ ଦେଖିଥିଲେ। ସେମାନେ ଦେଖିଲେ କି ଝିଅ ମରି ଯାଇଛି ଝିଅର ଆଖି ଭିତରେ ପଶି ଯାଇଛି ବେକ ମୋଡା ହୋଇଛି ଦେହ ସାରା ଆଞ୍ଚୁଡ଼ା ଚିହ୍ନ ଏଥି ସହ ଝିଅ ଗୁପ୍ତାଙ୍ଗରୁ ରକ୍ତ ବୋହି ତଳେ ପଡ଼ିଥିଲା। ଏହାପରେ ସ୍ଥାନୀୟ ପଣ୍ଡାପଡ଼ା ଥାନା ପୋଲିସ ଆସି ଶବ ଜବତ କରି ବ୍ୟବଚ୍ଛେଦ କରାଇ ତଦନ୍ତ ଚଳାଇ ଥିଲା। ତେବେ ପରିବାର ପକ୍ଷରୁ ଝିଅ ହତ୍ୟା ନେଇ ତଥ୍ୟ ଦେବା ପରେ ପୋଲିସ କାହାକୁ ଗିରଫ କଲା ନାହିଁ,ଶେଷରେ ପ୍ରବଳ ଜନ ଆକ୍ରୋଶ ପ୍ରତିବାଦ ହେବାରୁ ୪ ଜଣ ପାଖ ପିଲାଙ୍କୁ ଗିରଫ କରାଯାଇଥିଲା। ସେତେବେଳେ ଭାରତୀୟ ନ୍ୟାୟ ସଂହିତା ଅନୁସାରେ ପଣ୍ଡା ପଡ଼ା ଥାନାରେ ପିଏସ ନଂ ୧୧୩/ତା ୧୭/୬/୨୦୨୫ରିଖରେ ମାମଲା ଦରଜ ହୋଇ ୭୦(୨),୧୦୩(୧)ପରି ସଂଗୀନ ଦଫା ଲଗା ଯାଇ ହତ୍ୟା ଦୁଷ୍କର୍ମ ଆରୋପୀ ମାନଙ୍କୁ ଜେଲ ପଠା ଯାଇଥିଲା। ତେବେ ଏବେ ମାମଲା ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ଏହି କେଶ ନଂ ୬୨/୨୦୨୫ ପଞ୍ଜୀକୃତ ହୋଇ ବିଚାର ଚାଲିଥିବା ବେଳେ ଆରୋପି ମାନଙ୍କ ମଧ୍ୟରୁ ୩ ଜଣ ଜାମିନ ପାଇ ସାରିଲେଣି। ଆଜି ମୁଖ୍ୟ ଅସାମୀ ସାଗର ନାଏକକୁ ଜାମିନ ଦେଲେ କିଛି ଆପତ୍ତି ଅଛି କି ପଚାରିବାରୁ ଚନ୍ଦ୍ରମଣି ନାଏକ ଜୀବନ ପ୍ରତି ବିପଦ ଅଛି କହି ଏହାର ବିରୋଧ କରିଥିଲେ। ଏହାପରେ କିପରି ପଣ୍ଡାପଡ଼ା ପୋଲିସ ଅପରାଧୀଙ୍କୁ ମୁକୁଳାଇ ଦେବାକୁ ଚାର୍ଜସିଟ ଦେଲା ସେମାନେ ଜାମିନ ପାଇଲେ ଚନ୍ଦ୍ରମଣି ଆଶ୍ଚର୍ଯ୍ୟ ହୋଇଛନ୍ତି। ଏବେ ଆରୋପୀ ମାନେ ଜାମିନ ପାଇ ଗୋଟେ ହତ୍ୟା କଲୁ ପୁଣି ଆଉ ହତ୍ୟା କରିବୁ ବୋଲି ଧମକ ଦେଉଥିବାରୁ ପରିବାର ସୁରକ୍ଷା ଲାଗି ଆଜି ନାଏକ ଦମ୍ପତ୍ତି କୋର୍ଟରୁ ଫେରି ସିଧା ଏସପିଙ୍କୁ ଦରଖାସ୍ତ ଦେବାକୁ ଆସୁଥିଲେ ହେଲେ ବାଟରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରଜେଶ କୁମାର ରାୟଙ୍କୁ ପାଇ ଦାବିପତ୍ର ଦେଇଥିଲେ ଏହି ମାମଲା ସିବିଆଇ କି କ୍ରାଇମବ୍ରାଞ୍ଚ ପୁନଃ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ଆଦିବାସୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହତ୍ୟା ଶିକାର ହୋଇଥିବା ଗୋଟେ ଆଦିବାସୀ ଝିଅ ପ୍ରତି ନ୍ୟାୟ କରି ଅପରାଧୀଙ୍କୁ ଫାଶୀ ଦେବା ବ୍ୟବସ୍ଥା କରନ୍ତୁ ବୋଲି ସେମାନେ କହିଛନ୍ତି। ଡିଆଇଜି ମଧ୍ୟ ଏହି ଘଟଣାର ଭଲ କରି ତଦନ୍ତ ହେବ କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା ମୀରାରାଣୀ କେବେ ନ୍ୟାୟ ପାଉଛି ଆଉ ତା’ ପରିବାର କିପରି ସୁରକ୍ଷିତ ରହୁଛନ୍ତି।

Leave A Reply

Your email address will not be published.