ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

3

ଭୁବନେଶ୍ୱର, ତା ୧୬/୧୧: ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଙ୍ଘର ବାର୍ଷିକ ସାଧାରଣ ବୈଠକ ଏହାର ସଭାପତି ଡକ୍ଟର ସତ୍ୟଜିତ ମହାନ୍ତିଙ୍କ ପୌରୋହିତ୍ୟରେ ସଂଘର ସ୍ଥାୟୀ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।

     ପ୍ରାରମ୍ଭରେ ସଭାପତି ସଂଘ ସମ୍ପର୍କରେ ସମ୍ୟକ ସୂଚନା ଦେବା ସହିତ ସମସ୍ତ ସଦସ୍ୟ ଓ ସଦସ୍ୟାମାନଙ୍କୁ ସ୍ୱାଗତ ଜରିଥିଲେ।

ସଦସ୍ୟ ଓ ସଦସ୍ୟାମାନଙ୍କ ମଧ୍ୟରେ ପରିଚୟ ପର୍ବ ପରେ ସାଧାରଣ ସମ୍ପାଦକ ଦେବେନ୍ଦ୍ର ପ୍ରସାଦ ଦାସ ସଂଘର ବିଗତ ବର୍ଷର କାର୍ଯ୍ୟକଳାପ ସମ୍ପର୍କରେ ବିଶଦ ବିବରଣୀ ଦେବା ସହିତ ଆଗାମୀ ବର୍ଷର କାର୍ଯ୍ୟସୂଚୀର ସଂକ୍ଷିପ୍ତ ସୂଚନା ଦେଇଥିଲେ। ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନ ଅନୁସାରେ ସିନେଟ ଗଠନର ବ୍ୟବସ୍ଥା କରି ଏଥିରେ ପୁରାତନ ଛାତ୍ରସଂଘର ପ୍ରତିନିଧିତ୍ୱ ବ୍ୟବସ୍ଥା କରିଥିବାରୁ ଓଡିଶା ସରକାରଙ୍କୁ ଧନ୍ୟବାଦ ଦିଆଯାଇଥିଲା। କୋଷାଧ୍ୟକ୍ଷ ଡକ୍ଟର ଅମୀୟ କୁମାର ମହାନ୍ତି ସଂଘର ଆର୍ଥିକ ବିବରଣୀ ସହିତ ଅଡିଟେଡ ବାଲାନ୍ସସିଟ ଉପସ୍ଥାପନ କରିଥିଲେ। ଛାତ୍ରସଂଘର କାର୍ଯ୍ୟକଳାପ ଓ ବିଶ୍ୱବିଦ୍ୟାଳୟର ଉନ୍ନତିକଳ୍ପେ ଏକ ବିଶେଷ ଆଲୋଚନା ହୋଇଥିଲା।

ଏହି ଆଲୋଚନାରେ ସଦସ୍ୟ ଓ ସଦସ୍ୟାମାନେ ବହୁସଂଖ୍ୟାରେ ଯୋଗଦେଇ ସ୍ୱକୀୟ ମତାମତ ରଖିଥିଲେ। ଯୁଗ୍ମ ସମ୍ପାଦକ ଡକ୍ଟର ବୀରକିଶୋର ଦାଶ ଧନ୍ୟବାଦ ଅର୍ପଣ କରିଥିଵା ବେଳେ ଉପସଭାପତି ରଘୁନାଥ ପୃଷ୍ଟି ବୈଠକଟିକୁ ପରିଚାଳନା କରିଥିଲେ। ଯୁଗ୍ମ କୋଷାଧ୍ୟକ୍ଷ ସନ୍ତୋଷ କୁମାର ମହାପାତ୍ର ବୈଠକଟିକୁ ପରିଚାଳନା କରିବାରେ ସହାୟତା କରିଥିଲେ।

Leave A Reply

Your email address will not be published.