ଫକୀର ସାହି ୟୁଥ୍ କମିଟି ପକ୍ଷରୁ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ।

3

 କାକଟପୁର ୧୭/୧୧(ପ୍ରକାଶ ଦାଶ) ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ଫକୀର ସାହି ଗ୍ରାମର ଉତ୍ସାହୀ ଯୁବ ଗୋଷ୍ଠୀ “ଫକୀର ସାହି ୟୁଥ୍ କମିଟି” ଆନୁକୁଲ୍ୟରେ ଶିଶୁଦିବସ ଅବସରରେ ଶିକ୍ଷା ସଚେତନତା ପାଇଁ ଫକୀରସାହି ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରମକୁ ଗ୍ରାମର ଯୁବକ ମାନେ ସର୍ବ ଶ୍ରୀ ଯୁଲ ଫିକର ଅଲ୍ଲୀ, ଶେଖ ଫରିଦ୍ ଶେଖ୍ ତାନ୍ଵୀର, ଶେଖ୍ ଜାଫର, ଶେଖ୍ ସରିଫ, ମାମୁନ,ଏସୁ, କେଶ୍ ବାବୁ, ଗୋରା, ଅର୍ମନ୍ ଓ ଯୁମନ୍ ଙ୍କ ସହଯୋଗରେ ଆୟୋଜନ କରାଯାଇଥିଲା । ଏଥିରେ ଗ୍ରାମ କମିଟିର ମୂରବୀ ମାନେ ସର୍ବ ଶ୍ରୀ ଅଂଶରୁଲ୍ ବାବୁ , ମୂର୍ଶିଦ୍ ବାବୁ ସୁହାଗପୂର୍ ସରପଞ୍ଚ ଶେଖ୍ ଅବୁତାହର, ଅବସର ପ୍ରାପ୍ତ ଅଗ୍ନିସମ ବିଭାଗର ଆରକ୍ଷୀ ଅଧିକ୍ଷକ ଜନାବ୍ କଲାମ ବାବୁ, ଅବସର ପ୍ରାପ୍ତ ସମବାୟ ଅଧିକାରୀ ଅବୁ ବକର୍ ବାବୁ, ନବ ନିର୍ମାଣ କୃଷକ ସଂଗଠନ ର ରାଜ୍ୟ ଯୁବ ଛାତ୍ର ସଭାପତି ଶ୍ରୀ ମନ୍ୱର୍ ଅଲ୍ଲୀ ଓ ପୁରୀ ଜିଲ୍ଲା କଂଗ୍ରେସ୍ କମିଟି ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ଶେଖ୍ ଅତି ଉର ରହମାନ ଯୋଗଦାନ କରି ନିଜ ନିଜର ବକ୍ତବ୍ୟରେ ମଣିଷ ଜୀବନରେ ଶିକ୍ଷା ର ମହତ୍ତ୍ଵ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। ସବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆଫ୍ରୋଜ ହୋସେନ୍ ଖାଁ ଏବଂ ଶିକ୍ଷକ କୈଳାସ ସାହୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମର ସଭାକୁ ପରିଚାଳନା କରିଥିଲେ ।

 

Leave A Reply

Your email address will not be published.