ଏନ୍ଏଫ୍ ଟାଇମ୍ସର ୩୧ତମ ବାର୍ଷିକୋତ୍ସବ ଅନୁଷ୍ଠିତ

4

‘ନିକିତି ତଉଲରେ ମୋହନ ସରକାର’ ପୁସ୍ତକର ଲୋକାର୍ପିତ

ଭୁବନେଶ୍ୱର, – ଇଂରାଜୀ ଦୈନିକ ‘ଏନ୍ଏଫ୍ ଟାଇମ୍ସ’ର ୩୧ତମ ବାର୍ଷିକୋତ୍ସବ ଏବଂ ‘ନିକିତି ତଉଲରେ ମୋହନ ସରକାର’ ପୁସ୍ତକର ଲୋକାର୍ପଣ ଉତ୍ସବ ଆଜି ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି କ୍ଷ ଅତିଥି ମାନେ ଡିଜିଟାଲ ମିଡ଼ିଆ ସମ୍ପର୍କରେ ଆଲୋଚନା କରି କହିଲେ ଯେ ଏହା ଏକ ଆହ୍ୱାନ ହୋଇଛି କ୍ଷ ଘଟଣାବଳିକୁ ତୁରନ୍ତ ପ୍ରଚାର ପ୍ରସାର କରିବାରେ ଯଦିଓ ଡିଜିଟାଲ ମିଡ଼ିଆ ସଫଳ ହୋଇଛି, ମାତ୍ର ଭ୍ରମାତ୍ମକ ଓ ଅତିରଂଜିତ ଖବର ପ୍ରସାରଣରୁ ଦୁରେଇ ରହିଲେ ଏହା ଅଧିକ ଜନପ୍ରିୟ ହୋଇପାରିବ ଓ ବିଶ୍ୱାସନୀୟ ଫେରି ପାଇବ ବୋଲି କହିଥିଲେ କ୍ଷ ଏଥିରେ ପୂର୍ବତନ ସାଂସଦ ତଥା କବି ଡଃ ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କ୍ଷ ଡ଼ ପଟ୍ଟଶାଣୀ ଓ ଶ୍ରୀମତୀ ରୀତା ମିଶ୍ର (ସଂପାଦିକା ଏନ୍ଏଫ୍ ଟାଇମ୍ସ) ଏବଂ ଅନ୍ୟ ଅତିଥି ମାନେ ମିଳିତ ଭାବେ ଉତ୍କଳ ମେଲର ମୁଖ୍ୟ ସମ୍ପାଦକ ଡ଼ ପୀତବାସ ମିଶ୍ର ଙ୍କ ଦ୍ୱାରା ରଚିତ ପୁସ୍ତକ ‘ନିକିତି ତଉଳରେ ମୋହନ ସରକାର’କୁ ଉନ୍ମୋଚନ କରିଥିଲେ କ୍ଷ ପ୍ରାରମ୍ଭରେ ଡ଼ ପୀତବାସ ମିଶ୍ର ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ କ୍ଷ
ଏହି କାର୍ୟ୍ୟକ୍ରମ ବାରଣ୍ୟ ଅତିଥି ଭାବେ ପ୍ରିୟଦର୍ଶୀ ମିଶ୍ର, (ପୂର୍ବତନ ବିଧାୟକ), ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କୁମର ବର ଦାଶ, ଭାଗବତ ତ୍ରିପାଠୀ,( ସଭାପତି ଓୟୁଡବ୍ଲୁଜେ, ଓଡ଼ିଶା), ବିଭୂତି କର, (ବରିଷ୍ଠ ସାମ୍ବାଦିକ ଓ ସଭାପତି ଉତ୍କଳ ସାମ୍ବାଦିକ ସଂଘ) ଜଗନ୍ନାଥ ବାରିକ(କାବ୍ୟ ମହାରଥି), ସୁବାଷ ପାଣିଗ୍ରାହୀ, (ବରିଷ୍ଠ ସାମ୍ବାଦିକ), ସଜନ ଶର୍ମା, (ବିଜେପି ମିଡ଼ିଆ ସେଲ), ସନତ ମିଶ୍ର ( ବରିଷ୍ଠ ସାମ୍ବାଦିକ ), ଗିରିଜା ଶଙ୍କର ଦାଶ (ବରିଷ୍ଟ ସାମ୍ବାଦିକ) ପ୍ରମୁଖ ମଂଚାସୀନ ରହିବା ସହ ବକ୍ତବ୍ୟ ପ୍ରଦାନ କରିଥିଲେ କ୍ଷ ପ୍ରକାଶିତପୁସ୍ତକଟିର ସମୀକ୍ଷା କରିଥିଲେ ବିଶିଷ୍ଟ ସୁସାହିତ୍ୟିକ ତଥା କବି, ଲେଖକ ଭାଷ୍ୟକାର ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାସ ସଭା ସଂଚାଳନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ସତ୍ୟ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ କ୍ଷ ଏହି ଅବସରରେ ଜଗନ୍ନାଥ ବାରିକଙ୍କ ଦୁଇଟି ପୁସ୍ତକ ‘ଅନନ୍ୟା ସତ୍ୟବତୀ’ ଓ ‘ଭଜନ ସୁଧା ଦରିଆ’ ଉନ୍ମୋଚନ କରାଯାଇଥିଲା କ୍ଷ ରାଜ୍ୟର ବାବୁ ବୁଦ୍ଧିଜୀବୀ, ସାହିତ୍ୟିକ ଓ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ |

 

Leave A Reply

Your email address will not be published.