ବିଜେପୁର ତହସିଲ ରେ ଷ୍ଟାମ୍ପ ମୂଲ୍ୟ ଉଲ୍ଲଂଘନ — ଦଶ ଟଙ୍କା ଷ୍ଟାମ୍ପ ବିକ୍ରି ହେଉଛି ତିରିଶି ଟଙ୍କା ରେ

4

ବିଜେପୁର :- ବିଜେପୁର ତହସିଲ କାର୍ଯ୍ୟାଳୟରେ ଥିବା ଷ୍ଟାମ୍ପ ଭେଣ୍ଡର ଦ୍ୱାରା ସରକାର ନିର୍ଦ୍ଧାରିତ ମୂଲ୍ୟ ଅତିକ୍ରମ କରି ଷ୍ଟାମ୍ପ ବିକ୍ରି ହେଉଥିବା ଅଭିଯୋଗ ଲୋକେ ଅଭିଯୋଗ କରିଛନ୍ତି। ଦଶ ଟଙ୍କା ମୂଲ୍ୟର ଷ୍ଟାମ୍ପ କୁ ତିରିଶି ଟଙ୍କା ଦରରେ ବିକ୍ରି କରାଯାଉଛି।
ସାଧାରଣ ଲୋକ ଓ ଦାଖଲ-ଖରିଦ କାର୍ଯ୍ୟ ପାଇଁ ଆସୁଥିବା ଜନସାଧାରଣ ଏହି ଅନିୟମିତତା ପ୍ରତି ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ତହସିଲ ପ୍ରଶାସନଙ୍କ ନିକଟରେ ତତ୍କାଳ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଏହି ବିଷୟରେ ବିଜେପୁର ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀଙ୍କୁ ପଚାରିବାରୁ
“ଏ ପର୍ଯ୍ୟନ୍ତ ମୋ ପାଖକୁ କୌଣସି ଅଭିଯୋଗ ଆସିନାହିଁ। ଯଦି ଏପରି ଅନିୟମିତତା ଅଭିଯୋଗ ଆସେ, ତେବେ ଯାଞ୍ଚ କରି ଦୋଷୀ ଷ୍ଟାମ୍ପ ଭେଣ୍ଡର ମାନଙ୍କ ବିରୁଦ୍ଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”
ସରକାରୀ ନିୟମ ଅନୁଯାୟୀ ଷ୍ଟାମ୍ପ ମୂଲ୍ୟ ରୁ ଅଧିକ ଦର ନେବା ଦଣ୍ଡନୀୟ ଅପରାଧ ଅଟେ। ଏହି ଅଭିଯୋଗ ଯଦି ସତ୍ୟ ସିଦ୍ଧ ହୋଇଥାଏ, ତେବେ ଦୋଷୀ ମାନଙ୍କ ବିରୁଦ୍ଧରେ ଗୁରୁତର ପଦକ୍ଷେପ ହେବା ନିଶ୍ଚିତ ବୋଲି ଅଞ୍ଚଳବାସୀ ଆଶା ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.