ବୟସ୍କ ତୀର୍ଥଯାତ୍ରୀ ନିଖୋଜ : ଏଯାଏ ପତ୍ତା ମିଳିନି ଥାନାରେ ଏତଲା।

4

  କେନ୍ଦୁଝର,ତା୧୩/୧୧- ଓଡ଼ିଶାରେ ଏବେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ ଅନେକ ଭକ୍ତଙ୍କୁ ସରକାର ତୀର୍ଥ ଯାତ୍ରାର ସୁଯୋଗ ଦେଉଛନ୍ତି। ତେବେ କେନ୍ଦୁଝର ଜିଲ୍ଲାରୁ ଜଣେ ବରିଷ୍ଠ ନାଗରିକ ଏହି ଯୋଜନାରେ ତୀର୍ଥ କରିବାକୁ ଯାଇ ଏଯାଏ ନିଖୋଜ ଅଛନ୍ତି ଘରକୁ ଫେରିନାହାନ୍ତି ଯାହା ସ୍ଥାନୀୟ ଅଧିକାରୀଙ୍କ ମୁଣ୍ଡ ବଥାର କାରଣ ହୋଇଛି। ସୂଚନା ମିଳିଛି କି ତେଲକୋଇ ଅଞ୍ଚଳର ବିମଳା ପଂଚାୟତ ଅନ୍ତର୍ଗତ ଟାଙ୍ଗୀରି ଗ୍ରାମର ୬୫ବର୍ଷୀୟ ଜଗନ୍ନାଥ ନାୟକ ଉତ୍ତର ଭାରତ ତୀର୍ଥଯାତ୍ରାରେ ଯାଇଥିଲେ। ହେଲେ ଅଭିଯୋଗ ହୋଇଛି କି ଏହି ତୀର୍ଥଯାତ୍ରା ଅବସରରେ ତା୮/୧୧/୨୫ ରାତି ପ୍ରାୟ ୧୧ଟା ବେଳେ ବନାରସର ଏକ ହୋଟେଲରେ ମଦ ପିଇବାକୁ ନପାଇବାରୁ ନିଜ   ସ୍ତ୍ରୀ ସହ ଝଗଡା କରି ଜଗନ୍ନାଥ କୁଆଡ଼େ ଚାଲିଯାଇଥିଲେ। ସ୍ତ୍ରୀ ଜାନକୀ କୁହନ୍ତି କି ସେ ଏପରି ଘରେ ଥିଲା ବେଳେ ମଝିରେ ମଝିରେ ଝଗଡା କରି ଘରୁ ପଳାଇ ପୁଣି କିଛି ଦିନ ପରେ ଫେରନ୍ତି। ତେବେ ସ୍ଥାନୀୟ ଅଂଚଳରୁ ସେ ଘରକୁ ଫେରିବା ବେଳେ ବନାରସ ପରି ବଡ ସହରରେ ନିଖୋଜ ହେବା ପରିବାର ଲୋକଙ୍କୁ ସଂଶୟରେ ପକାଇଛି। ଏହି ଖବର ପାଇ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ ନିଜେ ବନାରସ ଯାଇ ଜଗନ୍ନାଥଙ୍କୁ ଖୋଜି ନପାଇବାରୁ ସେଠାରେ ସ୍ଥାନୀୟ ଥାନାରେ ନିଖୋଜ ମାମଲାରେ ଏତଲା ଦେଇଛନ୍ତି। ତୀର୍ଥ କରି ପୁଣ୍ୟ ଲାଗି ଯାଇ ମଦ ପିଇବା ଲାଗି ଏପରି ନିଖୋଜ ହେବା କେନ୍ଦୁଝରରେ ଆଲୋଚନାର ବିଷୟ ହୋଇଛି, ଏଣିକି ମଦୁଆ ବରିଷ୍ଠ ନାଗରିକଙ୍କୁ ଟେଷ୍ଟ କରି ଏହି ଯୋଜନାରେ ସାମିଲ କରିବାକୁ ବୁଦ୍ଧିଜୀବୀ ମାନେ କହିଛନ୍ତି।

Leave A Reply

Your email address will not be published.