କେନ୍ଦ୍ରାପଡ଼ା ତହସିଲରେ ଜିଲ୍ଲାପାଳଙ୍କ ରାଜସ୍ବ ଜନଶୁଣାଣି ଶିବିର ଅନୁଷ୍ଠିତ ।

4

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଆଜି କେନ୍ଦ୍ରାପଡ଼ା ତହସିଲ କାର୍ଯ୍ୟାଳୟଠାରେ ଜିଲ୍ଲାପାଳଙ୍କ ରାଜସ୍ବ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ତତ୍ତ୍ଵ|ବଧାନରେ ଜିଲ୍ଲାରେ ପ୍ରଥମ ଥରପାଇଁ ୧୨ ନଭେମ୍ବରରୁ ରାଜସ୍ବ ଜନଶୁଣାଣି ଶିବିର ଆରମ୍ଭ ହୋଇଛି | ଆଜି ଅନୁଷ୍ଠିତ କେନ୍ଦ୍ରାପଡ଼ା ତହସିଲ କାର୍ଯ୍ୟାଳୟ ଜନଶୁଣାଣିରେ ମୋଟ ୮୮ ଟି ରାଜସ୍ବ ଅଭିଯୋଗ ପଞ୍ଜିକୃତ ହୋଇଥିଲା | ଅଭିଯୋଗ ଗୁଡିକ ମଧ୍ୟରେ ମୁଖ୍ୟତଃ ମାପ ଜୁପ, ଦଖଲ ଖାରଜ, ଜବର ଦଖଲ ଇତ୍ୟାଦି ମାମଲା ପଞ୍ଜିକୃତ ହୋଇଥିଲା | ଚଳିତ ମାସ ଜିଲ୍ଲାପାଳଙ୍କ ସମେତ ଦୁଇ ଜଣ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ରାଜସ୍ବ ଜନଶୁଣାଣି ଶିବିର ଅନୁଷ୍ଠିତ ହେବ | ରାଜସ୍ବ ସଂକ୍ରାନ୍ତୀୟ ଯଦି କୌଣସି ଅଭିଯୋଗ କିମ୍ବା ସମସ୍ୟା ଥାଏ ତେବେ ଧାର୍ଯ୍ୟ ତାରିଖ ଦୀନ ପୂର୍ବାହ୍ନ ୧୦.୩୦ ମିନିଟ ରୁ ଦିନ ୧ ଘଟିକା ପର୍ଯ୍ୟନ୍ତ ନିଜ ତହସିଲ କାର୍ଯ୍ୟାଳୟକୁ ଆସି ସମସ୍ୟା ଜଣାଇପାରିବେ | ୧୨ ତାରିଖ ଦିନ ରାଜନଗର ତହସିଲରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଉପସ୍ଥିତ ରହି ଜନଶୁଣାଣି କରିଥିଲେ | ସୂଚନା ଯେ, ଆସନ୍ତା କାଲି ଅର୍ଥାତ ୧୪ ତାରିଖ ଦିନ ଗରଦପୁର ତହସିଲ କାର୍ଯ୍ୟାଳୟଠାରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରାଜସ୍ବ ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ବେଳେ ୧୫ ତାରିଖ ଦିନ ଆଳି ତହସିଲରେ ଉପଜିଲ୍ଲାପାଳ,୧୮ ତାରିଖ ଦିନ ଡେରାବିଶ ତହସିଲରେ ଜିଲ୍ଲାପାଳ,୧୯ ତାରିଖ ଦିନ କନିକା ତହସିଲରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ),୨୦ ତାରିଖ ଦିନ ପଟ୍ଟାମୁଣ୍ଡାଇ ତହସିଲରେ ଉପଜିଲ୍ଲାପାଳ,୨୬ ନଭେମ୍ବରରେ ମହାକାଳପଡ଼ା ତହସିଲରେ ଉପଜିଲ୍ଲାପାଳ ଏବଂ ୨୮ ତାରିଖ ଦିନ ମାର୍ଶାଘାଇ ତହସିଲରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରାଜସ୍ବ ଜନଶୁଣାଣି ଶିବିରରେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗର ଶୁଣାଣି କରିବେ |

Leave A Reply

Your email address will not be published.