ବାଲି ଗାଡି ଜବତ,ଚାଳକ ଗିରଫ

4

 

ବାଲୁଗାଁ:(ସେକ କୌସର):ଗୁରୁବାର ମଧ୍ୟାହ୍ନରେ ବାଲୁଗାଁ ସୋମନାଥ ବସ ନିକଟରେ ଏକ ବାଲି ବୋଝେଇ ହାଇବା ଜବତ କରିବାସହ ଚାଳକକୁ ଗିରଫ କରିଛି ପୋଲିସ।ଖବର ମୁତାବକ ଆଜି ମଧ୍ୟାହ୍ନରେ ବାଲୁଗାଁ ଅଭିମୁଖେ ଏକ ବାଲି ବୋଝେଇ ହାଇବା ଗାଡି ନଂ (ଓଡ଼ି ୦୭ ଏଏନ ୨୧୨୨)ଯାଉଥିବା ବେଳେ ପୋଲିସ ପାଟ୍ରୋଲିଂ ହାବୁଡ଼ରେ ପଡିଥିଲା।ତନଖି ନେବାରେ ଆବଶ୍ୟକ ମୁତାବକ କୌଣସି କାଗଜପତ୍ର ନଥିଲା।ବେଆଇନ ବାଲି ଚାଲାଣ ଅଭିଯୋଗରେ କେଶ ନଂ ୩୭୭/୨୦୨୫ ରେ ମାମଲା ରୂଜୁକରି ଗାଡି ଜବତ କରିବାସହ ଚାଳକକୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଜୟ ପ୍ରକାଶ ପରିଡା କହିଛନ୍ତି।ଗିରଫ ଅଭିଯୁକ୍ତ ଜଣକ ନୟାଗଡ଼ ଇଟାମାଟି ଅଞ୍ଚଳର ସିଦ୍ଧାନ୍ତ ପରିଡା।

Leave A Reply

Your email address will not be published.