ଅସ୍ତରଙ୍ଗ,, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପରିସରରେ ଗୁରୁବାର ଦିନ ବ୍ଲକ ସ୍ତରିୟ ମସ୍ଚ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ ଅନୁଷ୍ଠିତ ହୋଇ ଯାଇ ଅଛି l ଏହି ମେଳାକୁ ଜଗତସିଂହପୁର ମାନ୍ୟବର ସାଂସଦ ଶ୍ରୀ ବିଭୁପ୍ରସାଦ ତରାଇ ପ୍ରଦୀପ ପ୍ରଯୋଳନ ପୂର୍ବକ ଉଦ୍ଘାଟନ କରିଥିଲେ l ଏହି ଉପଲକ୍ଷେ ବ୍ଲକ ପରିସରରେ ମସ୍ଚ୍ୟ ବିଭାଗ, ପ୍ରାଣୀ ସମ୍ପଦ ବିଭାଗ, ଉଦ୍ୟାନ ବିଭାଗ, ଓମଫେଡ, ଏକ୍ରିକ ପ୍ସକଳ୍ପ, ଗ୍ରାମ ବିକାଶ ସାକ୍ଷୀଗୋପାଳ ଆଦି ତରଫରୁ ଚାଷୀ ଙ୍କ ଅବଗତ ତଥା ପରାମର୍ଶ ନିମନ୍ତେ ଷ୍ଟଲ ମାନ ଖୋଲା ଯାଇ କୃଷି ତଥା କୃଷି, ମସ୍ଚ୍ୟ ଆଦି ସମ୍ବଧୀୟ ବିଭିର୍ଣ୍ଣ ଆତ୍ମନିର୍ଭର ଶିଳ ଯୋଜନା ଉପରେ ସରକାରୀ ଅଧିକାରୀ ମାନଙ୍କ ତରଫରୁ ପରାମର୍ଶ ଦିଆ ଯାଇଥିବା ଦେଖିବାକୁ ମିଳି ଥିଲା l ସାଂସଦ ବିଭୂପ୍ରସାଦ ତରାଇ ଅତିଥି ଵା ଉଦଘାଟକ ଭାବେ ଯୋଗ ଦାନ କରି ରାଜ୍ୟ ସରକାର ଏହି ଦୁଇଗୋଟି ବିଭାଗ ର ଚାଷୀ ଙ୍କ ପାଇଁ କରିଥିବା ବିଭିର୍ଣ୍ଣ ଯୋଜନା ଉପରେ ଆଲୋକ ପାତ କରିବା ସହ, ଅସ୍ତରଙ୍ଗ ଏକ ସମୁଦ୍ର ତଟ ଅଞ୍ଚଳ ଓ ଏହାର ଅଧିବାସି ମାନେ ମାଛ ଚାଷ ଵା ନଦୀ ନାଳରୁ ମାଛ ଧରି ଜୀବିକା ନିର୍ବାହ କରନ୍ତି l ତେଣୁ କରି ରାଜ୍ୟ ଓ କେନ୍ଦ୍ର ସରକାର ମସ୍ଚ୍ୟ ଓ ପ୍ରାଣୀ ସମ୍ପଦ ଚାଷୀ ଙ୍କ ପାଇଁ କରିଥିବା ଯୋଜନା ର ଲାଭ ଉଠାଇବା ପାଇଁ ବୈଠକ କରେ ପରାମର୍ଶ ଦେଇ ଥିଲେ l ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ଆରତୀ ନାଏକ, ଉପାଧ୍ୟକ୍ଷ ଦୁର୍ଯ୍ୟୟ ମିଶ୍ର,ଜିଲ୍ଲା ମସ୍ଚ୍ୟ ଅଧିକାରୀ ଅଜୟ କୁମାର ବସ୍ତିଆ, ପ୍ରାଣୀ ସମ୍ପଦ ଅଧିକାରୀ ଡ଼କ୍ଟର ଶରତ କୁମାର ବେହେରା,ବ୍ଲକ ବିଡ଼ିଓ ସସ୍ମିତା ବେହେରା, ଓଡିଶା ମସ୍ଚ୍ୟ ଯିବି ସଂଘ ସଭାପତି ପ୍ରସନ ବେହେରା, ଜଗତସିଂହପୁର ସାଂସଦ ଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି,ଦିବାକର ଛାଟୋଇ ଓ ଜଗତସିଂହପୁର ସାଂସଦ ଙ୍କ ପୁରୀ ଜିଲ୍ଲା,ପ୍ରତିନିଧି ସୁଦର୍ଶନ ସ୍ୱାଇଁ, ବ୍ଲକ ଆତ୍ମା ସଭାପତି ଙ୍କ ସମେତ ମସ୍ଚ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ l ସଫଳ ଚାଷୀ ଭାବେ ଆଠ ଜଣ ତଥା, ମସ୍ଚ୍ୟ ବିଭାଗ ର ୪ଜଣ ଓ ପ୍ରାଣୀ ସମ୍ପଦ ବିଭାଗ ର ୪ଜଣ ଚାଷୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଅତିଥି ଙ୍କ ଦ୍ଵାରା ସମ୍ମାନିତ କରା ଯାଇ ଥିଲା l
Sign in
Sign in
Recover your password.
A password will be e-mailed to you.
Next Post