ବିଜେପୁର:- ବରଗଡ଼ ଜିଲ୍ଲା ବିଜେପୁର ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ବିଜେପୁର ପ୍ରାଣୀ ଚିକିତ୍ସାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ମେଳାରେ ବିଭିନ୍ନ ଗ୍ରାମର ମତ୍ସ୍ୟଜୀବୀ, ପଶୁପାଳକ ଓ କୃଷକମାନେ ଯୋଗଦାନ କରିଥିଲେ। ବିଜେପୁର ବିଡିଓ ସରୋଜ କୁମାର ବିଶ୍ବାଳ ଙ୍କ ସଭାପତିତ୍ୱ ରେ ଆରମ୍ଭ ହୋଇଥିବା ଏହି ମେଳାର ଶୁଭ ଉଦଘାଟନ କରିଥିଲେ ସ୍ଥାନୀୟ ବିଧାୟକ ସନତ କୁମାର ଗଡ଼ତିୟା । ଏହି ଅବସରରେ ସେ ମେଳା ଷ୍ଟଲ୍ ଗୁଡ଼ିକୁ ପରିଦର୍ଶନ କରି ମତ୍ସ୍ୟଜୀବୀ ଓ ପଶୁପାଳକମାନଙ୍କ ସହିତ କଥାବାର୍ତ୍ତା କରିଥିଲେ। ବିଧାୟକ ଗଡ଼ତିଆ ନିଜ ଅଭିଭାଷଣ ରେ କହିଥିଲେ- ଓଡ଼ିଶା ସରକାର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ମାଧ୍ୟମରେ ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବା ପାଇଁ ନିରନ୍ତର ଭାବେ କାର୍ଯ୍ୟ କରୁଛନ୍ତି। ମତ୍ସ୍ୟ ଓ ପଶୁପାଳନ ମାତ୍ର ଆୟ ର ଉତ୍ସ ନୁହେଁ ବରଂ ଏହା ଗାଁ ମାନଙ୍କର ଉନ୍ନତି ଓ ରୋଜଗାର ସୃଷ୍ଟିର ଏକ ଶକ୍ତିଶାଳୀ ମାଧ୍ୟମ ଅଟେ । ସେ ଚାଷୀମାନଙ୍କୁ ସରକାରୀ ଯୋଜନାର ଲାଭ ନେଇ ନିଜ ଆୟ ବୃଦ୍ଧି କରିବା ପାଇଁ ପ୍ରବର୍ତାଇଥିଲେ I ଆଜି ଆୟୋଜିତ ହୋଇଥିବା ଏହି ମେଳାରେ ବିଭିନ୍ନ ପ୍ରଜାତିର ମାଛ, ପଶୁ ପାଳନ ଯନ୍ତ୍ର, ଔଷଧ, ଚାରା ଓ ସାଇଲେଜ୍ ପ୍ରଭୃତି ପ୍ରଦର୍ଶିତ ହୋଇଥିଲା। ଯୁବ ଉଦ୍ୟୋଗୀମାନେ ଅନ୍ୟ ଚାଷୀ ମାନଙ୍କ ସହ ଭାବ ଆଦାନପ୍ରଦାନ କରି ଅନ୍ୟ ଚାଷୀମାନଙ୍କୁ ପ୍ରେରଣା ଦେଇଥିଲେ। ଏହି ଅବସରରେ ବିଜେପୁର ବ୍ଲକ ଅଧ୍ୟକ୍ଷ ଜୟକୃଷ୍ଣ ଡନସନା ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୀତା ବାରିକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ନିଗମାନନ୍ଦ ପାଢ଼ୀ, ସିଇଓ ଓଏଲଆର ଡା. ସଞ୍ଜିବ ପଟେଲ, ମତ୍ସ୍ୟ ଅଧିକାରୀ ଶୁଭସ୍ମିତା ଘଡ଼େଇ, ଓ ବିଭିଓ ଡା. ସଞ୍ଜୁକ୍ତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ସେମାନେ କହିଥିଲେ ଯେ, ସରକାରୀ ପ୍ରଶିକ୍ଷଣ ଓ ଯୋଜନା ଦ୍ୱାରା ଅନେକ ଚାଷୀ ଆଜି ସଫଳ ଉଦ୍ୟୋଗୀ ହୋଇ ଦେଶ ଓ ରାଜ୍ୟ କୁ ଗୌରବାନ୍ୱିତ କରିଛନ୍ତି । ଆଜି ଉପସ୍ଥିତ ଥିବା ଶ୍ରେଷ୍ଠ ମତ୍ସ୍ୟଜୀବୀ ଓ ପଶୁପାଳକଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାସନ ନୂତନ ଯୁବ ଉଦ୍ୟୋଗୀମାନଙ୍କୁ ସରକାରୀ ଯୋଜନା ଓ ସହାୟତା ସମ୍ପର୍କରେ ଅବଗତ କରାଯାଇଥିଲା । ପ୍ରଦର୍ଶନୀରେ ଅନେକ ସରକାରୀ ଓ ବେସରକାରୀ ସଂସ୍ଥା ଯଥା କର୍ଣ୍ଣାଟକ ଆଣ୍ଟିବାୟୋଟିକ୍ସ ଏଣ୍ଡ ଫାର୍ମାସିଟିକାଲ୍ସ ଲିଃ, ମହାଶକ୍ତି ଫାଉଣ୍ଡେସନ ବିଜେପୁର (ଫୁଡ଼ ଫେଷ୍ଟିଭାଲ୍), ସାଇ ଏଣ୍ଟରପ୍ରାଇଜେସ, ମିଶନ ଶକ୍ତି ମହାଳୟା ସ୍ୱୟଂସହାୟିକା ଗୋଷ୍ଠୀ ପହଣ୍ଡି, ସମଲେଶ୍ଵରୀ ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦନ ସଂଘ ଲିଃ ସମ୍ବଲପୁର ପ୍ରମୁଖ ଅଂଶଗ୍ରହଣ କରିଥିବା ବେଳେ, କାମଧେନୁ ଯୋଜନାର ଚାଷୀ ଶୁଭମ ଗଡ଼ତିଆ (ଜାରିଂ) ଙ୍କ ରେଡ୍ ସିନ୍ଧିରୀ ଗାଇ ବାଛୁରୀ ଷ୍ଟଲ୍ ର ମୁଖ୍ୟ ଆକର୍ଷଣ ହୋଇଥିଲା। ଏହି ସମାରୋହର ସଂଯୋଜକ ଥିଲେ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡା. ଶ୍ରୀକୃଷ୍ଣ ମହାପାତ୍ର। ତାଙ୍କ ସଂଯୋଜନା ରେ ଏହା ସଫଳତାର ସହ ସମାପ୍ତ ହୋଇଥିଲା।
ଏହି ମେଳାରେ ଚାଷୀ ମାନଙ୍କ ତରଫରୁ କିଛି ଅଭିଯୋଗ ମଧ୍ୟ ଦେଖିବାକୁ ମିଳିଥିଲା I ଏହି ଅବସରରେ ଖନ୍ଦା ଗ୍ରାମର ଚାଷୀ ପ୍ରମୋଦ ପଧାନ ଅଭିଯୋଗ କରିଛନ୍ତି କରିଛନ୍ତି ଯେ,କିଟ ବ୍ୟାଗ ୩୦–୪୦ ଟଙ୍କା ଓ ଖାଇବା ମିଲ ୧୦୦ ଟଙ୍କା ମାତ୍ର ହେବ କିନ୍ତୁ ବ୍ୟୟ ଅଟକଳ ୩ଲକ୍ଷ ରୁ ଅଧିକ ରହିଛି I ଇତ୍ୟବସରରେ ବିଭିଓ ସଂଯୁକ୍ତା ସାହୁଙ୍କୁ ମଧ୍ୟ ବ୍ୟୟ ଅଟକଳ ସମ୍ପର୍କରେ ପଚରା ଯିବାରୁ , କାର୍ଯ୍ୟକ୍ରମ ର ବ୍ୟୟ ଅଟକଳ ୩୦୮୦୦୦ ରହିଛି I ମାତ୍ର ପ୍ରମୋଦ ପଧାନ ଙ୍କ ଅଭିଯୋଗ କୁ ସେ ଖଣ୍ଡନ କରିଛନ୍ତି I ସେ କହିଛନ୍ତି ଯେ ବ୍ୟାଗ ଭିତରେ ଲିଫ ଲେଟ , ପେନ , ପେଡ ଓ ଆଇଡି କାର୍ଡ ରହିଛି I
Sign in
Sign in
Recover your password.
A password will be e-mailed to you.