ବାଲିକୁଦା: କାଠଗୋଲା କେନାଲ ବନ୍ଧ କଡରୁ ଗୋମାଂସ ଜବତ

1

ବାଲିକୁଦା, ଶାସକ ପ୍ରଶାସକ ( ବିଚିତ୍ର ରଞ୍ଜନ ସାହୁ) : ଆଜି ପବିତ୍ର ପ୍ରଥମାଷ୍ଟମୀ ଦିନରେ ଗୋ ହତ୍ୟା ଘଟଣାକୁ ନେଇ ବାଲିକୁଦା ଅଞ୍ଚଳ ରେ ତିବ୍ର ଉତ୍ତେଜନା। ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ କାଠଗୋଲା ଛକ କେନାଲ ବନ୍ଧ କଡ଼ରେ ଦିନଦିପହରେ ବେଧଡକ ଭାବରେ ଗୋ ହତ୍ୟା ହେଉଥିବା ଖବର ମିଳିଛି। ଗୋ ହତ୍ୟା ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ହିନ୍ଦୁ ସେନା ଏବଂ ବଜରଙ୍ଗ ଦଳ ସଦସ୍ୟମାନେ ବିରୋଧ କରିଛନ୍ତି।

ସୂତ୍ର ଅନୁସାରେ, ପୋଲିସ ପ୍ରଶାସନକୁ ଭ୍ରୁକ୍ଷେପଣ ନକରି ଦୀର୍ଘଦିନ ହେବ ଗୋ ହତ୍ୟା ଚାଲିଥିବା ଅଭିଯୋଗ ହୋଇ ଆସୁଥିଲା l ବାଲିକୁଦା ପୋଲିସ ଆଜି ଘଟଣାସ୍ଥଳରୁ ଆନୁମାନିକ ୮୦ କିଲୋଗ୍ରାମରୁ ଉର୍ଦ୍ଧ୍ ଗୋମାଂସ ଜବତ କରିଛନ୍ତି। ଜବତ ଗୋମାଂସ କୁ ହିନ୍ଦୁ ସେନା ଏବଂ ବଜରଙ୍ଗ ଦଳ ପକ୍ଷରୁ ମାଟି ଖୋଳି ପୋତାଯାଇଥିଲା l ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତିବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।

Leave A Reply

Your email address will not be published.