ବାଲିକୁଦା, ଶାସକ ପ୍ରଶାସକ ( ବିଚିତ୍ର ରଞ୍ଜନ ସାହୁ) : ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ଅନ୍ତର୍ଗତ ଗରାମ ପଞ୍ଚାୟତ ଅଧିନ ରେ ଥିବା ଦଧିବାମନ ଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଛାତ୍ର ଛାତ୍ରୀଙ୍କୁ ନେଇ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗଙ୍ଗାଧର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କଟି ଆନୁଷ୍ଠାନିକ ଭାବେ ଉଦଘାଟନ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ଛାତ୍ର ଛାତ୍ରୀଙ୍କ ସହ ବିଜ୍ଞାନର ଉପକାରୀତା ଉପରେ ଆଲୋଚନା କରିଥିଲେ।
ଏହି ଉପଲକ୍ଷେ ବିଦ୍ୟାଳୟ ପରିଚାଳନା କମିଟି ଶ୍ରୀଯୁକ୍ତ ପାର୍ଥ ସାରଥି ଦାସ, ସୁରେଶ ଚନ୍ଦ୍ର ବିଶ୍ବାଳ, ସଭାପତି ପଞ୍ଚସଖା ଶିକ୍ଷା ସେତୁ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଳୟ ରଞ୍ଜନ ଭୂୟାଁ ଉପସ୍ଥିତ ଥିଲେ। ବିଦ୍ୟାଳୟ ରେ ୭୦ ରୁ ଅଧିକ ପ୍ରକଳ୍ପ ସ୍ଥାନ ପାଇଥିଲା। ଏଗୁଡିକ ମଧ୍ୟରେ ସିନିୟର୍ ଦେବଦତ୍ତ ସାହାଣୀ (ନବମ ଶ୍ରେଣୀ) ପ୍ରଥମ ସ୍ଥାନ ,ଦିପ୍ତମୟୀ ମଲ୍ଲିକୀ ଦିତୀୟ ସ୍ଥାନ (ସପ୍ତମ ଶ୍ରେଣୀ) ଜୁନିଅର ଏବଂ ସୌରଭ ନାୟକ (ଅଷ୍ଟମ ଶ୍ରେଣୀ) ତୃତୀୟ ସ୍ଥାନ ଅଧିକାର କରିଥିଲେ।
ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ସମୀର କୁମାର ନାୟକ, ଶୁଭଶ୍ରୀ ତ୍ରିପାଠୀ, ଦିପ୍ତିମୟୀ ଦାସ, ସଂଘମିତ୍ରା ତାରେଣିଆ ଓ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post