ବଡ଼ବିଲ (ଶାସକ ପ୍ରଶାସକ):ବଡବିଲ ସହରରେ କ୍ରମାଗତ ଭାବେ ବିଭିନ୍ନ ଅପରାଧୂକ କାର୍ଯ୍ୟକଳାପରେ ଲିପ୍ତ ଥୂବା ୪ ଜଣଙ୍କର ବେଆଇନ ନିର୍ମାଣକୁ ବୁଲଡୋଜର ଲଗାଇ ପ୍ରଶାସନ ତରଫରୁ ଭାଙ୍ଗି ଦିଆଯାଇଛି। ବଡବିଲ ପୌରଞ୍ଚଳ ୮ ନମ୍ବର ୱାର୍ଡ ଅନ୍ତର୍ଗତ ବରକତ ନଗରର ସହାଦତ୍ ଖାନ୍, ଆଜାଦ ବସ୍ତିର ଏମ.ଡି.ରାଜା, ଭଞ୍ଜ କଲୋନୀର ଆଲୋକ ରାମ ଏବଂ ଅଭିମନ୍ୟୁ ପ୍ରଧାନଙ୍କ ଘର ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଛି। ଘର ଭଙ୍ଗା ଯିବା ସମୟରେ ଏକ୍ସିକ୍ୟୁଟିଭ ମାଜିଷ୍ଟ୍ରେଟ ରାକେଶ କୁମାର ପଣ୍ଡା, ଏସ.ଡି.ପି.ଓ. ଦେବେନ୍ଦ୍ର ନାଥ ପିଙ୍ଗୁଆ, ବଡବିଲ ଥାନା, ବଲାଣି ଥାନା, ଯୋଡା ଥାନା, ରୁଗୁଡି ଥାନାର ଅଧିକାରୀ, ୩ ପ୍ଲାଟୁନ ପୁଲିସ, ମହିଳା ପୁଲିସ, ଅଗ୍ନି ନିରାପତ୍ତା ବାହିନୀ, ବିଦ୍ୟୁତ୍ ବିଭାଗ, ଆମ୍ବୁଲାନ୍ସ ସହ ସ୍ଵାସ୍ଥ୍ୟ କର୍ମୀ, ଜଳଯୋଗାଣ ବିଭାଗ, ରାଜସ୍ଵ ଅଧୂକାରୀ, ପୌରବିଭାଗ
ଅଧୂକାରୀମାନେ ଉପସ୍ଥିତ ରହିଥିଲେ। ପ୍ରଥମେ ଡାକବାଜି ଦ୍ୱାରା ସମସ୍ତଙ୍କୁ ଘର ଭିତରୁ ବାହାରି ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏହାପରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇ ବୁଲଡୋଜର ଚଲା ଯାଇଥିଲା। ଏହି ବ୍ୟକ୍ତିମାନଙ୍କୁ ୧୫ ଦିନ ପୂର୍ବରୁ ସ୍ଥାନୀୟ ପ୍ରଶାସନ ତରଫରୁ ସରକାରୀ ଜମିରେ ବେଆଇନ ନିର୍ମାଣ ନେଇ ନୋଟିସ ଜାରି କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.