ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଇଚ୍ଛାପୁର ପଞ୍ଚଯାତ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ, ଡ଼ ନୃପରାଜ ସାହୁ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୧୨୨ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୧୦୯ଗୋଟି ଦରଖାସ୍ତ ବ୍ୟକ୍ତିଗତ ରହିଥିବା ବେଳେ ୧୨ଗୋଟି ସାମୁହିକ ଦରଖାସ୍ତ ଓ ୧ଗୋଟି ଚିକିତ୍ସା ପାଇଁ ଆର୍ଥିକ ସହାୟତା ନିମନ୍ତେ ଦରଖାସ୍ତ ଗ୍ରହଣ କରାଯାଇଥିଲା। ତନ୍ମଧ୍ୟରୁ ୬ଗୋଟି ଅଭିଯୋଗ ପତ୍ର ତୁରନ୍ତ ଅଭିଯୋଗ ଶୁଣାଣୀ ଶିବିର ରେ ସମାଧାନ କରାଯାଇଥିଲା। ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ବିଡ଼ିଓ ଦିଲୀପ କୁମାର ବାଡ଼ାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଯୁଗ୍ମ ଅଭିଯୋଗ ଶୁଣାଣିରେ , ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ରାଜେନ୍ଦ୍ର ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର, ଉପ – ଜିଲ୍ଲାପାଳ, ସୋନପୁର ସୁମ୍ୟାରୁପା ରଥ, ସରପଞ୍ଚ, ଇଚ୍ଛାପୁର ଗ୍ରାମ ପଞ୍ଚାୟ ସରପଞ୍ଚ ପ୍ରଶାନ୍ତ କୁମାର ସାହୁଙ୍କ ସମେତ ତହସିଲଦାର ବିମଳ କିଶୋର ପତ୍ର ତଥା ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ,କର୍ମଚାରୀ ବୃନ୍ଦ ଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀଙ୍କ ସହିତ ବିଭିନ୍ନ ସମ୍ବାଦ ପତ୍ରର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦାନ କରିଥିଲେ। ଏହି ଅଭିଯୋଗ ଶୁଣାଣି ଓ ଉପଶମ ଶିବିରରେ ଚାରି ଜଣ ଭିନ୍ନକ୍ଷମ ହିତାଧିକାରୀ ସନଫଟାମୁଣ୍ଡାର ଯଶୋବନ୍ତି ଭୁଏ, ସାହଜ ବହାଲର ବୁଧୁ ପଟେଲ, ପିଙ୍କି ସାହୁ, ଶାନ ଫଟାମୁଣ୍ଡାର ପୁରୁଷୋତ୍ତମ ଅଦାବର ଜିଲ୍ଲାପାଳ, ଡ଼ ନୃପରାଜ୍ ସାହୁଙ୍କ ଦ୍ଵାରା ହ୍ବିଲ ଚେୟାର ପ୍ରଦାନ କରାଯାଇଥିଲା। ତଦୋପରି ମଧୁବାବୁ ପେନସନ ଯୋଜନରେ ଦୁଇ ଜଣ ଭିନ୍ନକ୍ଷମ ହିତାଧିକାରୀ କନ୍ଦୁମୁଣ୍ଡା ଶାନ୍ତି ପଟେଲ, ସାହାଜ ବାହାଲର ଆୟୁଷ୍ରୀ ଦୀପ ଓ କର୍ଲାଜୁରି ଗ୍ରାମ ପଞ୍ଚାୟତ ମହୁଲ ପାଲି ଗ୍ରାମର ଦ୍ରୌପଦୀ ବିଶିଙ୍କୁ ବିଧବା ଭତ୍ତା ଜିଲ୍ଲାପାଳଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା
Sign in
Sign in
Recover your password.
A password will be e-mailed to you.