ଅନ୍ତଃରାଜ୍ୟ ଗଞ୍ଜେଇ ବେପାରୀ ଓ ବୋଲୋରୋ ଭେନ କୁ ଜବତ୍ କଲା ଡୁଙ୍ଗୁରିପାଲି ପୋଲିସ।

4

 

ସୁବର୍ଣ୍ଣପୁର, ଶାସକ ପ୍ରଶାସକ(ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଥାନା ଅଞ୍ଚଳ ରେ ବିପୁଳ ପରିମାଣ ରେ ଗଞ୍ଜେଇ ଜବତ୍। ଗଞ୍ଜେଇ ଭର୍ତ୍ତି ଭେନ ଟି ବୌଦ୍ଧ ଜିଲ୍ଲା ରୁ ଉତ୍ତରପ୍ରଦେଶ ରାଜ୍ୟ କୁ ଚାଲାଣ ହଉଥିବା ସୂଚନା ମିଳିଛି। ଡୁଙ୍ଗୁରିପାଲି ଥାନା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଚେରୁପାଲି -ଅଙ୍ଗନଦୀ ପୋଲ ନିକଟ ରୁ ଏକ ବୋଲେରୋ ଗାଡ଼ିରୁ ୧୨୫ ପକେଟ୍ ଦୁଇ କୁଇଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଙ୍କୁ ଗିରଫ୍ କରିଛି । କୌଣସି ସୂତ୍ର ରୁ ଖବର ପାଇ ନିଉ ବୋଲୋରୋ ଗାଡି (ଉପି ୭୧ସି ୨୯୬୧) ନମ୍ୱର୍ ଗାଡିକୁ ସଂନ୍ଦେହେ କରି ଅଟକାଇ ଯାଞ୍ଚ କରିବାରୁ ଗଞ୍ଜେଇ ଭର୍ତ୍ତି ହୋଇଥିବା ଜାଣିବାକୁ ପାଇଥିଲେ।ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କଲାପରେ ଉକ୍ତ ୧୨୫ଟି ପକେଟ୍ ଖୋଲିବା ଗଞ୍ଜେଇର ମୋଟ ଓଜନ ୨ କ୍ରିଣ୍ଟାଲ ୪୯ କେଜି ୬୧୦ ଗ୍ରାମ ବୋଲି ଜଣାପଡିଛି I ସରକାରୀ ମୂଲ୍ୟାଙ୍କନ ଅନୁଯାୟୀ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୪,୯୬,୧୦୦ ଟଙ୍କା, କିନ୍ତୁ ଯଦି ଏହାକୁ ବଜାର ମୂଲ୍ୟ ହିସାବରେ ନିଆଯିବ ତେବେ ଏହା ୨.୫ କୋଟିରୁ ଅଧିକ ହେବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଦୁଇ ଅଭିଯୁକ୍ତମାନେ ହେଲେ ଉତ୍ତର ପ୍ରଦେଶର ହସଙ୍ଗପୁର ଗ୍ରାମର ସୁରେନ୍ଦର ବିଶ୍ୱକର୍ମା (୩୦),ଦୀପାଂଶୁ ସିଂ( ୨୪)ଙ୍କୁ କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ର ରୁ ସୂଚନା ମିଳିଛି l

Leave A Reply

Your email address will not be published.