ଏକତା ପଦଯାତ୍ରା ଅବସରରେ ତୁଳସୀ ମହିଳା ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ।

4

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲା ପ୍ରଶାସନ ଏବଂ ମୋ ଭାରତର ମିଳିତ ଆନୁକୂଲ୍ୟରେ ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ପ୍ରତିଯୋଗିତାକୁ ତୁଳସୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ମଥୁରି ଚରଣ ନାୟକ ଉଦଘାଟନ କରିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାସନିକ ଅଧିକାରୀ ସବିତା ଦାସ, ପ୍ରାଧ୍ୟାପିକା ଏଲୋରା କବି, ମୋ ଭାରତ ଯୁବ କେନ୍ଦ୍ର ଅଧିକାରୀ ଗୋଲୀ ତିରୁପତି ରେଡ୍ଡୀ, ସହଯୋଗୀ ଲକ୍ଷ୍ମୀକାନ୍ତ ଜେନା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ | ଡ଼. ପଦ୍ମଜା କବି ଶଥପଥୀ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ | କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ, ତୁଳସୀ ମହିଳା ମହାବିଦ୍ୟାଳୟ, ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ, ଓଲାଭର ମହାବିଦ୍ୟାଳୟ, ଏଚ.ଏନ.ଏସ ମହାବିଦ୍ୟାଳୟ, ୟୁକେ ମହାବୀର ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ |ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ପ୍ରଥମ ସୁମିତ୍ରା ପାଣି, ଦ୍ୱିତୀୟ ଦୀପାଳି ପଣ୍ଡା ଏବଂ ତୃତୀୟ ଶ୍ରୀୟା ସୁମନ ସାହୁ | ସେହିପରି ବିତର୍କରେ ସାଇ ପ୍ରଭାସ୍ମିତା ଦେବୀ, ପ୍ରୋମଦିନି ବିଶ୍ୱାଳ, ଉମେଶ ଚନ୍ଦ୍ର ଆଚାର୍ଯ୍ୟ, ପୋଷ୍ଟର ମେକିଙ୍ଗରେ ଶୁଭମ ଦାସ,ଜିତ ପ୍ରସାଦ ରାଉତ, ସୁଜାତା ମହାପାତ୍ର,କୁଇଜ ପ୍ରତିଯୋଗିତାରେ ଦମୟନ୍ତୀ ଜେନା, ଲୋନଲି ନିବେଦିତା, ସ୍ମୃତି ସାଗରିକା ମିଶ୍ର, ରିଲ ମେକିଙ୍ଗରେ ଓମ ପ୍ରକାଶ ରଥ,ଉମେଶ ଚନ୍ଦ୍ର ଆଚାର୍ଯ୍ୟ, ଦମୟନ୍ତୀ ଜେନା ଏବଂ ଚିତ୍ରାଙ୍କନ ପ୍ରତିଯୋଗୀତାରେ ଶୁଭମ ଦାସ, ସୌମ୍ୟ ରଞ୍ଜନ ସାହୁ ଓ ଋତୁପର୍ଣ୍ଣା ବେହେରା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ | ବିଜେତା ମାନଙ୍କୁ ଏକତା ପଦଯାତ୍ରରେ ପୁରସ୍କୃତ କରାଯିବ | ପ୍ରତିଯୋଗିତା ଆୟୋଜନରେ ତୁଳସୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ସହଯୋଗ କରିଥିଲେ |

Leave A Reply

Your email address will not be published.