ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୦/୧୧/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ମହାବିଦ୍ୟାଳୟ ଖେଳ ପଡିଆ ରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଶ୍ରିନିଗୋ ମୁର୍ମୁ ଙ୍କ ସଭାପତିତ୍ବରେ ଆୟୋଜିତ ମେଳା ରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ଶୁଭଜିତ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟ ଧନ ସିଂ ଭତରା, ବିଜେପି ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର, ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତରା, ଜିଲ୍ଲା ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡକ୍ଟର ମନୋରଞ୍ଜନ ନନ୍ଦ , ସହକାରୀ ମତ୍ସ୍ୟ ଅଧିକାରୀ ରାଜେଶ ଦାଶ ଓ ଶୁଭେନ୍ଦୁ ଦାଶ ପ୍ରମୁଖ ମଞ୍ଚାସିନ ଥିଲେ। ମୁଖ୍ୟ ଅତିଥି ବିଧାୟକ ମନୋହର ରନ୍ଧାରି ପାରମ୍ପାରିକ ଚାଷ ସହ ମତ୍ସ୍ୟ ଓ ପଶୁ ପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷ କରି ଗୋପାଳନ, କୁକୁଡା ଚାଷ ଓ ମତ୍ସ୍ୟ ଚାଷ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଇଥିଲେ। ସରକାରଙ୍କ ଯୋଜନା ରୁ ଲାଭ ଉଠାଇ ଏ ଅଞ୍ଚଳରେ ଉତ୍ପାଦନ ବଡାଇବା ସହ ଆର୍ଥିକ ସ୍ୱଚ୍ଛଳ ହେବାକୁ କହିଥିଲେ।ଜିଲ୍ଲା ଅତିରିକ୍ତ ପ୍ରାଣୀ ସମ୍ପଦ ଅଧିକାରୀ ମନୋରଞ୍ଜନ ନନ୍ଦ ସମ୍ମନିତ ଚାଷ,ଉନ୍ନତ ଜ୍ଞାନ କୌଶଳ ଅବଲମ୍ବନ କରି ମତ୍ସ୍ୟ ଓ ପଶୁ ସମ୍ପଦ ର ଅଧିକ ଉତ୍ପାଦନ ବୃଦ୍ଧି କରିବାକୁ କହିଥିଲେ । ଏହି ଅବସରରେ ବ୍ଲକ ର ୪ ଜଣ ହିତାଧିକାରୀ ଯଥା ୫୦୦ ବ୍ରୟଲର କୁକୁଡା ଚାଷୀ, ୨ ଟିକିଆ ଗାଈ ପାଳନ, ୩୨ ଟି ଛେଳି ପାଳନ ଓ ଜଣେ ଘୁଷୁରୀ ପାଳନ କାରୀ ଙ୍କୁ ମାନପତ୍ର, ଉପଢୌକନ ଓ ୧ ହଜାର ଆର୍ଥିକ ରାଶି ଦେଇ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ସେହିପରି ବ୍ଲକ ର ୪ ମତ୍ସ୍ୟ ଉତ୍ପାଦନକାରୀ ହିତାଧିକାରୀଙ୍କୁ ମଧ୍ୟ ମାନପତ୍ର ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ସବୁ ଦିନିଆ ଘାସ ଚାଷ ପାଇଁ ଜଣେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଡିଇଓ ସରୋଜ ରଥ ମଞ୍ଚ ପରିଚାଳନା କରିଥିବା ବେଳେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ର ୧୨ ଗୋଟି ଷ୍ଟଲ ପ୍ରଦର୍ଶନ କରାଯାଇଥିଲା। ଡୁମୁଣିଗୁଡ଼ା ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଡାବୁଗାଁ ବ୍ଲକ ସହକାରୀ ପ୍ରାଣୀ ଚିକିତ୍ସକ ଡକ୍ଟର ଏନ ଲୋକନାଥ ରେଡ୍ଡୀ ଓ ମାୟାଧର ସାହୁ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ସହକାରୀ ପ୍ରାଣୀ ଉଦ୍ୟାନ ଅଧିକାରୀ ରବି ଶଙ୍କର ପଣ୍ଡା, ବ୍ଲକ ର ସମସ୍ତ ସରପଞ୍ଚ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଅଙ୍ଗନୱାଡି, ଓ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ର କର୍ମଚାରୀ ଉପସ୍ଥିତ ଥିଲେ।