ରାଉରକେଲା ,(ବସନ୍ତ କୁମାର ଜେନା): ଆଜି ଉଦିତନଗର ରାଉରକେଲା ମହାନଗର ନିଗମ ସଭାକକ୍ଷରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକୋତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ସମାଜ ଗଠନରେ ମୂଲ୍ଯବୋଧ ସାମ୍ବାଦିକତା ଆଲୋଚନା ଚକ୍ରକୁ ନେଇ ଅନୁଷ୍ଠିତ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକୋତ୍ସବକୁ ଉଦ୍ଘାଟନ କରିଥିଲେ ସମାଜସେବୀ ହରିହର ରାଉତରାୟ। ସମ୍ମାନୀୟ ଅତିଥି ଭାବେ ସମାଜସେବୀ ଶରତ ପରିଛା, ସମାଜ ଖବରକାଗଜର ସହସମ୍ପାଦକ ଜୀତେନ୍ଦ୍ର ମିଶ୍ର, ଅଶୋକ ପାତ୍ର, ବରିଷ୍ଠ ସାମ୍ବାଦିକ ତଥା ପ୍ରମେୟ ଖବରକାଗଜର ରାଉରକେଲା ମୁଖ୍ଯ ମନୋରଞ୍ଜନ ଦାସ ମଞ୍ଚାସୀନ ଥିଲାବେଳେ ମୁଖ୍ଯ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ଵଳନ କରାଯାଇ କାର୍ଯ୍ଯକ୍ରମକୁ ଆରମ୍ଭ କରାଯିବା ସହିତ ସମସ୍ତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ବାଗତ କରାଯାଇଥିଲା। ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇ କାର୍ଯ୍ୟକ୍ରମ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ, ସମ୍ପାଦକ ସରୋଜ କୁମାର ବେହେରା, ଉପସଭାପତି ଅଶୋକ କୁମାର ପାତ୍ର, କାର୍ଯ୍ୟକାରୀ ସଭ୍ଯ ଗନ୍ଦୁର ଓରାମ, ବସନ୍ତ କୁମାର ଜେନା ପ୍ରମୁଖ ସହଯୋଗ ଓ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.