ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ତଥା ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ମେଳା ପ୍ରଦର୍ଶନୀ ଆଜି (ଶନିବାର) ଗଜପତି ଷ୍ଟାଡିୟମ୍ ଠାରେ ପାଳିତ ହୋଇଯାଇଛି।
ଆଜିର କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖାଦ୍ୟ ମେଳାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ବ୍ରହ୍ମପୁର ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମାନ୍ୟବର ବିଧାୟକ ମୋହନା ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ , ସଭାପତି ଜିଲ୍ଲାପରିଷଦ ଶ୍ରୀଯୁକ୍ତ ଗାବରା ତିରୁପତି ରାଓ , ଅଧ୍ୟକ୍ଷା ପୌର ପରିଷଦ ପାରଳାଖେମୁଣ୍ଡି ଶ୍ରୀମତୀ ନିର୍ମଳା ସେଠୀ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ୍. ପ୍ରକାଶ ରାଓ ପ୍ରମୁଖ ମଞ୍ଚାସିନ ଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରଥମେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ଏମ୍. ପ୍ରକାଶ ରାଓ ସ୍ୱାଗତ ଭାଷଣ ପ୍ରଦାନ କରି ମାଣ୍ଡିଆ ଚାଷର ପୃଷ୍ଠଭୂମି , ପ୍ରୋଟିନ୍ , ଡାଏଟାରୀ ଫାଇବର , ପୁଷ୍ଟିସାର ଅନେକ ଭିଟାମିନର ରହିଅଛି ବୋଲି ଅଭିଭାଷଣ ରଖିଥିଲେ।
ସେହିପରି ମାନ୍ୟବର ସାଂସଦ ବ୍ରହ୍ମପୁର ଅଭିଭାଷଣରେ ଗଜପତି ଜିଲ୍ଲାରେ ମାଣ୍ଡିଆ ଚାଷ ଏକ ଅର୍ଥକାରୀ ଫସଲ ଓ ଜିଲ୍ଲାର ସମସ୍ତ ବ୍ଲକରେ ମାଣ୍ଡିଆ ଚାଷ ଉନ୍ନତ ମାନର ଚାଷ କରିବା ପାଇଁ ଚାଷୀ ଭାଇ ଭଉଣୀମାନଙ୍କୁ ଅନୁରୋଧ , ମାଣ୍ଡିଆ ଚାଷ କରି ଜୀବିକା ଉପାର୍ଜନ କରିବା ସହିତ ଭଲ ଲାଭବାନ ହୋଇ ପାରିବ ବୋଲି ସୂଚନା ଦେଇଥିଲେ। ଏହା ସହିତ ମଣ୍ଡିଆରୁ ପ୍ରୋଟିନ୍ , ଡାଏଟାରୀ ଫାଇବର ଏଵଂ ଆନେକ ପୁଷ୍ଟିକର ଗୁଣରେ ଭରପୁର ଅଟେ। ମାଣ୍ଡିଆ ଅନେକ ଭିଟାମିନର ଏକ ସମୃଦ୍ଧ ଉତ୍ସ ରହିଅଛି। ଏହା ଗ୍ଲୁଟେନ ମୁକ୍ତ , ରକ୍ତଶର୍କରା ଏବଂ କୋଲେଷ୍ଟର ସ୍ତରକୁ ହ୍ରାସ କରେ ଏହି ପୁଷ୍ଠି କର ଖାଦ୍ୟ ଶିଶୁର ଶାରୀରିକ , ମାନସିକ ବିକାଶ ଓ ଅଭିବୃଦ୍ଧି ପାଇଁ ଗୁରୁତ୍ଵ ପୂର୍ଣ୍ଣ ଅଟେ। କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ତରଫରୁ ସମସ୍ତଙ୍କୁ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ଗ୍ରାମପଞ୍ଚାୟତ ସ୍ତରରେ ପ୍ରଚାର ପ୍ରସାର କରି ମାଣ୍ଡିଆ ଚାଷ କରିବା ପାଇଁ ଆହ୍ବାନ କରିଥିଲେ।
ଜିଲ୍ଲା କୃଷି ବିଭାଗ ଦ୍ଵାରା ଷ୍ଟୋଲ ଖୋଲି ଚାଷୀମାନେ ମାଣ୍ଡିଆରୁ ବିଭିନ୍ନ ପ୍ରକାର ତିଆରି ହୋଇଥିବା ଜିନିଷ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲାର ଉତ୍କୃଷ୍ଟ ଶ୍ରୀ ଅନ୍ନ ଫସଲ ଚାଷୀ ଭାବରେ ୧୦ ଜଣଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା , ଉପ-ଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା , ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ , ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର , ଜିଲ୍ଲା କୃଷି ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ଆଡେକ୍ , ଅତିରିକ୍ତ କୃଷି ଅଧିକାରୀ ତଥା ମିଲଟ୍ ମିଶନ ଅଧିକାରୀ ସଙ୍ଘମିତ୍ରା ପ୍ରଧାନ , ଅତିରିକ୍ତ କୃଷି ଅଧିକାରୀ ଶୁଭଶ୍ରୀ ପ୍ରିୟଦର୍ଶିନୀ , କେ.ସୁରଜ କୁମାର ପାତ୍ର ଉପସ୍ଥିତ ରହି ପରିଚାଳନା କରିଥିବା ବେଳେ ଜିଲ୍ଲା କୃଷି ବିଭାଗର ସମସ୍ତ କର୍ମଚାରୀ ଓ ଜିଲ୍ଲାର ସାତଗୋଟି ବ୍ଲକ ମାଣ୍ଡିଆ ଚାଷୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳତା କରିଥିଲେ।
Sign in
Sign in
Recover your password.
A password will be e-mailed to you.