ଓଡିଶା ଡିପ୍ଲୋମା ଇଞ୍ଜିନିଅର ସେବା ସଂଘ ମାଲକାନଗିରିର ନିର୍ବାଚନ-୨୦୨୫ ପାଇଁ ଏକ ବୈଠକ ସଙ୍ଘ ଭବନ ଠାରେ ହୋଇଯାଇଛି l ଏଥିରେ କେନ୍ଦ୍ରୀୟ କର୍ମକର୍ତ୍ତା ତଥା ଓଡିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ର ସଭାପତି ଇଂ. ଶ୍ରୀକାନ୍ତ ମହାପାତ୍ର ଯୋଗ ଦେଇଥିଲେ। ମାଲକାନଗିରି ଶାଖାର ମଣ୍ଡଳ ସଭାପତି ଇଂ.କୃତିବାସ ନାୟକ ସଭାର ପରିଚାଳନା କରିଥିଲେ। ଆଜିର ଏହି ସାଧାରଣ ସଭାରେ ନୂତନ ଭାବେ ୨୦୨୫ ରେ ନିଯୁକ୍ତି ପାଇଥିବା ଇଞ୍ଜିନିଅର ମାନଙ୍କୁ ସଂଘର ବିଶେଷତା, ସଂଗଠନ ଶୃଙ୍ଖଳିତ ଦୃଢ଼ କିପରି ହେବ ଆଲୋଚନା ହୋଇଥିଲା। ନୂତନ ଇଞ୍ଜିନିଅର ମାନଙ୍କୁ ସଂଘର ସଦସ୍ୟତା ମଧ୍ୟ ଦିଆଯାଇଥିଲା। ଏହି ସାଧାରଣ ବୈଠକରେ ଇଂ. ଶ୍ରୀକାନ୍ତ ମହାପାତ୍ର ସଦସ୍ୟ ମାନଙ୍କୁ ୭ଦଫା ଦାବୀ ପୁରଣ ପାଇଁ ସରକାରଙ୍କ ଦୃଷ୍ଟି ଗୋଚର କରାହେବ ବୋଲି କହିଥିଲେ। ନିର୍ବାଚନରେ ପୁଣି ଥରେ ଇଂ.ପ୍ରଶାନ୍ତ ବେହେରା ସଭାପତି,ଇଂ.ସୁଦୀପ୍ତା ସାହୁ ସମ୍ପାଦିକା , ଇଂ.କାର୍ତିକ ନାୟକ ଉପଦେଷ୍ଟା, ଇଂ.ମଳୟ ମିସ୍ତ୍ରୀ ଅତିରିକ୍ତ ମଣ୍ଡଳ ସମ୍ପାଦକ ଭାବେ ଚୟନ ହୋଇଥିବା ବେଳେ,ଚୈତନ୍ୟ ସାଗର ଉପସଭାପତି, ଇଂ.ଦୀନବନ୍ଧୁ ସାମନ୍ତ କୋଷାଧକ୍ଷ, ଇଂ.ସନାତନ ମାଝୀ ଅତିରିକ୍ତ ସଂଗଠନ ସମ୍ପାଦକ ,ଇଂ.ପିଥା ସୋରେନ ନିରୀକ୍ଷକ ଭାବେ ନିର୍ବାଚିତ ହୋଇଥିଲେ। ଏହି ସଭାରେ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ , ପୂର୍ତ୍ତବିଭାଗ, ପଞ୍ଚାୟତ ରାଜ, ଜଳଯୋଗାଣ, ଜଳସେଚନ, ଆଇଟିଡ଼ିଏ ବିଭାଗର ବହୁ ଡିପ୍ଲୋମା ଇଞ୍ଜିନିୟର ଯୋଗ ଦେଇଥିଲେ। ସଭା ଶେଷରେ ଇଂ.ମଳୟ ମିସ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.