ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ରାମକୃଷ୍ଣ ବିଦ୍ୟା ନିକେତନ ରେ ମାତୃ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଆଚାର୍ଯ୍ୟ ଧୀରେନ୍ଦ୍ର ବାରିକ୍ ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟ କ୍ରମ ରେ ମୂଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ବିଜୟ କୁମାର ଅଗସ୍ତି ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ପୁର୍ବତନ ସି ଆର ସି ସି ମନୋଜ କୁମାର ଦିକ୍ଷୀତ ଓ ସମ୍ମାନୀତ ଅତିଥି ଭାବେ ସଂଗ୍ର।ହକ ଓ କବି ବିକାଶ ଶତପଥି ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ। ଏହି ଅବସର ରେ ଅତିଥି ମାନେ ମା ମାନଙ୍କୁ ପିଲା ମାନଙ୍କ ଉତ୍ତମ ଭବିଷ୍ୟତ ଗଠନ ପାଇଁ ଉତ୍ତମ ପରାମର୍ଶ ଦେଇଥିଲେ।ବିଦ୍ୟାଳୟ ପକ୍ଷ ରୁ ମା ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଯେଉଁ ମା ମାନେ କୃତ କାର୍ଯ୍ୟ ହେବେ ସେମାନଙ୍କୁ ଆଗାମୀ ବାର୍ଷିକ ଉତ୍ସବ ରେ ପୁରସ୍କୃତ କରାଯିବ ବୋଲି ସୂଚନା ଦେଇଛନ୍ତି ପ୍ରଧାନ ଆଚାର୍ଯ୍ୟ ଧୀରେନ୍ଦ୍ର କୁମାର ବାରିକ୍।
Sign in
Sign in
Recover your password.
A password will be e-mailed to you.
Prev Post