ସାମ୍ବାଦିକଙ୍କ ପିତୃ ବିୟୋଗ

4

ବାଲୁଗାଁ:(ସେକ କୌସର):ଶନିବାର ସକାଳେ ଚିଲିକା ବ୍ଲକ ଅନ୍ତର୍ଗତ ଛେଡାପଦର ଗ୍ରାମର ଯୁବ ସାମ୍ବାଦିକ ଚରଣ ମୁଆଁଖିଆଙ୍କ ପିତା ବଲ୍ଲଭ ମୁଆଁଖିଆ ନିଜ ବାସ ଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ମୃତ୍ୟୁ ବେଳକୁ ତାଙ୍କୁ ୭୫ ବୟସ ହୋଇଥିବା ବେଳେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଯନ୍ତ୍ରଣାରେ ପୀଡିତ ଥିଲେ।ସ୍ବର୍ଗତ ବଲ୍ଲଭ ଜଣେ ମିଷ୍ଟଭାଷୀ,କର୍ତ୍ତବ୍ୟପରାୟଣ,ପରୋପକାରୀ ସ୍ୱଭାବର ଥିଲେ।ମୃତ୍ୟୁ ବେଳକୁ ତାଙ୍କ ମର ଶରୀର ପାଖରେ ପୁଅ,ବୋହୁ,ଝିଅ,ଜ୍ୱାଇଁ ଓ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ।ତାଙ୍କ ଅନ୍ତେଷ୍ଟି କ୍ରିୟା ଗ୍ରାମ ସ୍ମଶାନରେ କରାଯାଇଥିଲା।ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.