ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ତା ୭.୧୧. ୨୦୨୫ ଓଡ଼ିଶା ସରକାରଙ୍କ , ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ସ୍ଥିତ ମହିଳା ମହାବିଦ୍ୟାଳୟରେ ରାଷ୍ଟୀୟ ସଙ୍ଗୀତର ୧୫୦ ବର୍ଷ ପୂର୍ତ୍ତ ଉତ୍ସବ, ଅଧ୍ୟକ୍ଷା ଡ.ରୀନା ସାହୁଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଥିଲା।ଉତ୍ସବ ପ୍ରାରମ୍ଭ ରେ ଡ.ରୀନା ସାହୁ ରାଷ୍ଟ୍ରୀୟ ସଂଗୀତର ରଚୟିତା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ଏବଂ ଏହାର ପ୍ରଥମ ଗାୟକ ବିଶ୍ଵ କବି ରବୀନ୍ଦ୍ରନାଥ ଠାକୁରଙ୍କ ସଂପର୍କ ରେ ସମ୍ଯକ ସୂଚନା ପ୍ରଦାନ କରିଥିଲେ। ଏହା ପରେ ରାଷ୍ଟ୍ରଗାନର ଯାନ୍ତ୍ରିକ ଧ୍ବନି ପରିବେଷଣ କରାଯାଇ , ସମବେତ କଣ୍ଠ ସଙ୍ଗୀତ ଅନୁଷ୍ଠାନ ର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଗାନ କରାଯାଇଥିଲା।
ପରିଶେଷରେ ଇତିହାସ ବିଭାଗ ର ବରିଷ୍ଠ ଅଧ୍ୟାପିକା ଡ. ଭାରତୀ ପାଣିଗ୍ରାହୀ ରାଷ୍ଟ୍ରଗାନର ଆଭିମୁଖ୍ଯ ସମ୍ବନ୍ଧରେ ଉପସ୍ଥିତ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଏହି ଉତ୍ସବରେ ଅନୁଷ୍ଠାନ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସାହାଯ୍ଯ କରିଥିଲେ।
Sign in
Sign in
Recover your password.
A password will be e-mailed to you.