ଓଡ଼ଗାଁ ବ୍ଳକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୫,୩୭୪ଜଣ ପଞ୍ଜୀକୃତ

2

ବସ୍ ପାସ୍ ପାଇଁ ୩୫ ଏବଂ ଡିଆରଆଇ ଋଣ ପାଇଁ ୫ଜଣଙ୍କ ଆବେଦନ

ଓଡ଼ଗାଁ,୬।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଗୁରୁବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବ୍ଲକ୍ ଅଧ୍ୟକ୍ଷ ଲୋକନାଥ ସାହୁ ବିଡିଓ ଜିତେନ୍ଦ୍ର କୁମାର ନାୟକ, ଏବିଡିଓ କବିତା କୁମାରୀ ପ୍ରଧାନ ଓ ନୟାଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ଵର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଶିବିର ପରିଚାଳନାରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ। ଅଭିଜ୍ଞ ଡ଼ାକ୍ତରମାନଙ୍କୁ ନେଇ ଭିନ୍ନକ୍ଷମମାନଙ୍କ ସ୍ବାସ୍ଥ୍ୟପରୀକ୍ଷା କରାଯାଇଥିବା ବେଳେ ୩୬ ପଞ୍ଚାୟତରୁ ମୋଟ ୩୭୪ଜଣ ପଞ୍ଜୀକୃତ କରିଥିଲେ । ଶିବିରରେ ଅସ୍ଥିଶଲ୍ୟ ବିଭାଗ ଡ଼ାକ୍ତର ସଞ୍ଜୟ କୁମାର ଦେବ ଦ୍ବାରା ୧୭୫ ଜଣ ଚିହ୍ନଟ ହୋଇଥିଲା ବେଳେ, ଦୃଷ୍ଟିବାଧିତ ବିଭାଗରେ ଡ଼ାକ୍ତର ପି.ପି. ସାହୁଙ୍କ ଦ୍ଵାରା ୪୨ ଜଣ ଚିହ୍ନଟ ହୋଇଥିଲେ। ସେହିପରି ଶ୍ରବଣ ଓ ବାକ୍ ବାଧିତ ବିଭାଗରେ ଡ଼ାକ୍ତର ପିତବାସ ସାହୁ ଏବଂ ଅଡିଓ ଲୋଜିଷ୍ଟ ଲକ୍ଷ୍ମୀ ପ୍ରିୟା ମଲ୍ଲିକଙ୍କ ଦ୍ବାରା ୮୭ ଜଣ ଚିହ୍ନଟ ହୋଇଥିବା ବେଳେ ମାନସିକ ଅନଗ୍ରସର, ଡ଼ାକ୍ତର ସବିତା କୁମାରୀ ବରାଡ ଏବଂ ସାଇକ ଲୋଜିଷ୍ଟି ତପସ୍ଵିନୀ ଆଚାରୀଙ୍କ ଦ୍ବାରା ୭୦ଜଣ ଚିହ୍ନଟ ହୋଇଥିଲେ। ଦୂର ଗ୍ରାମରୁ ଆସିଥିବା ବ୍ୟକ୍ତିମାନଙ୍କ ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।ଡାକ୍ତରଙ୍କ ଦ୍ବାରା ଚିହ୍ନଟ ବେଳେ ରଘୁନାଥ ସରକାରୀ ଉଚ୍ଚବିଦ୍ୟାଳୟ ଷ୍ଟୁଡେଣ୍ଟ୍ ପୋଲିସ କ୍ୟାଡେଟ ଛାତ୍ର ମାନେ ସହଯୋଗ କରିଥିଲେ । ସୂଚନା କେନ୍ଦ୍ର ମାଧ୍ୟମରେ ଦିବ୍ୟାଙ୍ଗ ମାନଙ୍କୁ ସମସ୍ତ ପ୍ରକାରର ସୂଚନା ପ୍ରଦାନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମକୁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀଣି ରାଜସ୍ବିନୀ ପ୍ରଧାନ ପରିଚାଳନା କରିଥିବା ବେଳେ ରାଜେଶ ନାୟକ, କାର୍ଯ୍ୟକ୍ରମ ସହାୟକ ବିଜୟା ନନ୍ଦ ବେହେରା ଓ ନୀଳମାଧବ ମିଶ୍ର ସହଯୋଗ କରିଥିଲେ ।

Leave A Reply

Your email address will not be published.