ସିଏ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ରାଜଗାଙ୍ଗପୁରର ସୃଷ୍ଟି

4

ରାଜଗାଙ୍ଗପୁର, ୩୧୧ବିଷୁ ଭୋମିକ. ଚାଟାର୍ଡ ଆକାଉଣ୍ଟାଣ୍ଟ (ସିଏ) ପରୀକ୍ଷା ଫଳାଫଳରେ ପୁଣିଥରେ ରାଜଗାଙ୍ଗପୁରର ଜଣେ ଛାତ୍ରୀ ସଫଳତା ହାସଲ କରିଛନ୍ତି। ରାଜଗାଙ୍ଗପୁରର ଓସିଏଲ ମାର୍କେଟର ବାସିନ୍ଦା ସୃଷ୍ଟି ପାରିଖ ଚାର୍ଟାର୍ଡ ଆକାଉଣ୍ଡାଣ୍ଟ ପରୀକ୍ଷାରେ ପାସ୍ କରି ରାଜଗାଙ୍ଗପୁର ପାଇଁ ସମ୍ମାନ ଆଣିଛନ୍ତି। ଛୋଟ ବେଳେ ପିତାଙ୍କୁ ହରାଇବା ପରେ ମାଆ ଗୀତା ପାରିଖ ଯିଏ କି ଇଂରାଜୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଅଛନ୍ତି, ତାଙ୍କ ଉପରେ ପୁଅ ଆଦିତ୍ୟ ଓ ଝିଅ ସୃଷ୍ଟିଙ୍କ ପାଳନ ପୋଷଣ ସହ ଶିକ୍ଷା ଦାୟିତ୍ଵ ଭାର ରହିଥିଲା। ୬ମାସ ତଳେ ବଡ଼ ଭାଇ ଆଦିତ୍ୟ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ସଦ୍ୟ ପ୍ରକାଶିତ ପରୀକ୍ଷାରେ ସାନ ଭଉଣୀ ସୃଷ୍ଟି ମଧ୍ୟ ସଫଳତାର ସହ ଚାର୍ଟର୍ଡ ଆକାଉଣ୍ଡାଣ୍ଟ ହାଇଛତି। ସୃଷ୍ଟି ସ୍ଥାନୀୟ ନିର୍ମଳା ଇଂରାଜୀ ସ୍କୁଲରେ ଶିକ୍ଷା ସମାପ୍ତ ପରେ ରାଉରକେଲାର ମ୍ୟୁନିସିପାଲ କଲେଜରୁ ବାଣିଜ୍ୟରେ ସ୍ନାତକ କରିଥିଲେ। ଛୋଟବେଳୁ ସୃଷ୍ଟିଙ୍କ ସ୍ବପ୍ନ ଥୁଲା ଶିକ୍ଷାକ୍ଷେତ୍ରରେ ନିଜର କ୍ୟାରିଅର କରିବା ସହ ତାଙ୍କ ପରିବାର ଏବଂ ସହର ପାଇଁ ଗୌରବ ଆଣିବା। ରାଜଗାଙ୍ଗପୁର ଭଳି ଏକ ଛୋଟ ସହରରେ, ମାତ୍ର ୨୨ ବର୍ଷ ବୟସରେ, ସେ ପ୍ରଥମ ପ୍ରୟାସରେ ପାସ୍‌ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ସଫଳତା ପାଇଁ ସୃଷ୍ଟି ତାଙ୍କ ମାଆ ଗୀତା ଏବଂ ତାଙ୍କ ଭାଇ ଆଦିତ୍ୟଙ୍କୁ ଶ୍ରେୟ ଦେଇଛନ୍ତି। ସେମାନଙ୍କର ସମର୍ଥନ ଏବଂ ତ୍ୟାଗ ମୋତେ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥୁଲା ବୋଲି ସୃଷ୍ଟି ଉଲ୍ଲେଖ କରିଛନ୍ତି । ସେ ଏହି ସଫଳତାକୁ ସମଗ୍ର ପରିବାର ଏବଂ ପ୍ରିୟଜନଙ୍କ ସମର୍ଥନର ଫଳାଫଳ ବୋଲି ବର୍ଣ୍ଣନା କରିଛନ୍ତି। ସୃଷ୍ଟି କହିଛତି, ଯଦି ଉଦ୍ଦେଶ୍ୟ ଦୃଢ଼ ଥାଏ, ଯେକୌଣସି ସ୍ବପ୍ନପୂରଣ ହୋଇପାରିବ। ସମର୍ପଣ, କଠିନ ପରିଶ୍ରମ ଏବଂ ଆଶା ସଫଳତା ଆଣିପାରେ। ତାଙ୍କର ଏହି ସଫଳତାରେ ରାଉରକେଲା ଆଇସିଏଆଇ ରାଉରକେଲା ଶାଖାର ଅଧ୍ଯକ୍ଷ ଅନିଲ ଶର୍ମା, ରାଜଗାଙ୍ଗପୁର ସିଏ ଆଶିଷ ମିତ୍ତଲ, ସିଏ ହରି ଅଗ୍ରୱାଲ, ସିଏ ଅମ୍ବର ଗର୍ଗ, ରାଜଗାଙ୍ଗପୁର ବିକାଶ ପରିଷଦର ପୂର୍ବତନ ସଭାପତି ସୁନୀଲ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି ।

Leave A Reply

Your email address will not be published.