ଓଡ଼ଗାଁ,୩।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପ୍ରସିଦ୍ଧ ସ୍ୱର୍ଣ୍ଣକଳଶ କ୍ଷେତ୍ର ବିଜେ ଶ୍ରୀ ରଘୁନାଥ ଜିଉଙ୍କ ପୀଠରେ କାର୍ତ୍ତୀକ ମାସ ପଂଚୁକ ପର୍ବର ଦିତୀୟ ସନ୍ଧ୍ୟାରେ ବଡ଼ଭାଇ ପ୍ରଭୁ ଶ୍ରୀ ରଘୁନାଥ ମତ୍ସ୍ୟ ବେଶ ହୋଇଥିବା ବେଳେ ଅନୁଜ ଲକ୍ଷ୍ମଣ କଚ୍ଛପ ଅବତାର ବେଶରେ ଦର୍ଶନ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ । କାର୍ତ୍ତିକ ମାସ ଶେଷ ସୋମବାର ପବିତ୍ର ପଂଚୁକ ପର୍ବରେ ନବଦୁର୍ବାଦଳ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଶ୍ୟାମଳ ମୁର୍ତିକୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କର ଭିଡ ଲାଗି ରହିଥିଲା । ସନ୍ଧ୍ୟାର ସମସ୍ତ ନୀତି କାନ୍ତି ପରେ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ପାଇଁ ଦ୍ୱାର ଫିଟିଥିଲା । ପାଳିଆ ପଣ୍ଡା ନାରାୟଣ ମହାପାତ୍ର ଶ୍ରୀଜିଉଙ୍କ ସହ ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କୁ ଆଳତି କରିବାର ଦୃଶ୍ୟ ଥିଲା ବେଶ୍ ମନୋରମ । କାର୍ତ୍ତିକ ମାସରେ ବହୁ ବୃଦ୍ଧା ବୃଦ୍ଧ ଶ୍ରଦ୍ଧାଳୁ ଅନୁଭବର ଠାକୁର ଶ୍ରୀ ଜଗନ୍ନାଥଙ୍କୁ ଶ୍ରୀ ରଘୁନାଥଙ୍କ ଠାରେ ଦର୍ଶନ କରି ଭାବବିହ୍ୱଳ ହୋଇଥିଲେ । ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ର, ପାଳିଆ ସେବକ, ମନ୍ଦିର ପରିଚ୍ଛା ଓ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ସମସ୍ତ ନୀତିକାର୍ଯ ଶୃଙ୍ଖଳିତ ଭାବେ ସମାପନ ହୋଇଥିଲା । ଆସନ୍ତାକାଲି ପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ଦର୍ଶନର ସୈ।ଭାଗ୍ୟ ଅର୍ଜନ କରିବେ ଶ୍ରଦ୍ଧାଳୁ ।
Sign in
Sign in
Recover your password.
A password will be e-mailed to you.