ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ରାଜ୍ୟ ସରକାର ଙ୍କ ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗ ର ନିର୍ଦ୍ଦେଶ, କ୍ରମେ ଆଜି ଗାଙ୍ଗପୁର ଥାନା ଅଧିନସ୍ଥ କେନ୍ଦୁପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସି ଆର ସି ସି ରଂଜିତା ପାତ୍ର ଙ୍କ ଅଧ୍ୟକ୍ଷତା ରେ ପ୍ରଧାଶିକ୍ଷକ /ଶିକ୍ଷୟତ୍ରୀ ଏବଂ ଏଫ. ଏଲ ଏନ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ନେଇ ପଞ୍ଚମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।ଏହି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପଲତା ପାତ୍ର ବୈଠକ ର ଶୁଭ ଉଦ୍ଘାଟନ କରିଥିଲେ ।ଏହି ବୈଠକ ରେ ପ୍ରଧାନ ଶିକ୍ଷକ ଜୟରାମ ବେହେରା (ବାଙ୍ଗରଡ଼ା),ଅଳକା ପଣ୍ଡା(ସିଙ୍ଗିପୁର), ବଂଶୀଧର ପରିଡା(ନାହାଡା), ରିତା ବେହେରା (କେଶରାପଲ୍ଲୀ), ଓ ଏଫ ଏଲ ଏନ ଶିକ୍ଷକ ମନୋଜ ତ୍ରିପାଠୀ, ମେଘ ନାଦ ଦଳ ବେହେରା, ଗୀତାଞ୍ଜଳି ଦାସ, ପୁଷ୍ପାଞ୍ଜଳି ବେହେରା, ମମତା ସ୍ୱାଇଁ, ବନ୍ଦନା ମହାରଣା ବିଦ୍ୟାଧର ସାହୁ, ସଂଗୀତା ପ୍ରଧାନ, ସଂଗୀତା ମଞ୍ଜରୀ ଶତପଥି, ସୁଜିତା ବିଷୋୟୀ, ପ୍ରିୟଙ୍କା ପଣ୍ଡା, ପର୍ଶୁରାମ ଖର, ରାଜେନ୍ଦ୍ର ପ୍ରଧାନ, ଟୁକୁନା ଜେନା ପ୍ରମୁଖ ଉପସ୍ଥିତ ହୋଇ ଆଲୋଚନା ରେ ଅଂଶ ଗ୍ରହଣ କରି ଥିଲେ । ଏହି ବୈଠକ ରେ ନଭେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡେର, ଶ୍ରେଣୀ ପରିଚାଳନା, ବିଦ୍ୟାଳୟ ପରିଦର୍ଶନ ଓ ଆଲୋଚନା, ଜିଲ୍ଲା ଭିତ୍ତିକ ଆଲୋଚନା, ନିପୁଣ ବିଦ୍ୟାଳୟ ସିଆରସିସି ଙ୍କ ବିଦ୍ୟାଳୟ ପରିଦର୍ଶନ ଓ ଶୈକ୍ଷିକ ସହାୟତା ୟୁ ଏ ଏସ ଆପ, ପଠନ ପ୍ରୋଛାହନ ଅଭିଯାନ, ପଢିବା ଗଢିବା ଓଡିଶା ସମ୍ପର୍କରେ ଆଲୋଚନା କରାଯାଇଥିଲା!କେଶରା ପଲି କୁ ବଦଳି ହୋଇ ଆସିଥିବା ନୂତନ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ବେହେରା ଙ୍କୁ କ୍ଲଷ୍ଟର ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ଥିଲେ । ବରିଷ୍ଠ ଶିକ୍ଷକ ରାଜେନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇ କାର୍ଯ୍ୟକର୍ମ ଙ୍କୁ ସମାପନ କରିଥିଲେ!ରିପୋର୍ଟର ବଂଶୀଧର ଗୌଡ଼ ।
Sign in
Sign in
Recover your password.
A password will be e-mailed to you.
Prev Post