
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଭଞ୍ଜନଗର ତରଫରୁ ଗଞ୍ଜାମଜିଲ୍ଲା ଘୁମୁସର ଅଞ୍ଚଳ ଭଞ୍ଜମାଟି ଭଞ୍ଜନଗର ଡିହପଢ଼ାଳ ରୋଡ଼ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆଜି ନଭେମ୍ବର ୨ ତାରିଖ ୨୦୨୫ ରବିବାର ଦିନ, ଦେଶର ସୁରକ୍ଷା ଓ ଧର୍ମର ରକ୍ଷା ନିମନ୍ତେ ଏକ ମହତ୍ୱପୂର୍ଣ୍ଣ “ଯୁବା ସମ୍ମିଳନୀ” ଅନୁଷ୍ଠିତ ହୋଇଯାଇଛି।
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ବା ଶତାବ୍ଦୀ ବର୍ଷ ଉଦଘାଟନୀ ଉତ୍ସବ ପାଳନ ସାରା ଭାରତବର୍ଷର ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ପ୍ରାନ୍ତରେ ପ୍ରଖଣ୍ଡରେ ଅନୁଷ୍ଠିତ ହୋଇଆସୁଛି। ଏହି ପର୍ଯ୍ୟାୟରେ ଭଞ୍ଜନଗର ସହରର ମଧ୍ୟ ଚାରି ଗୋଟି ଖଣ୍ଡ ବା ବ୍ଳକ୍ ଯଥା ଭଞ୍ଜନଗର,ବେଲଗୁଣ୍ଠା, ସୋରଡା ଓ ଜଗନ୍ନାଥ ପ୍ରସାଦ ର ଶହ ଶହ ଯୁବକ, ଯୋଗଦାନ କରିଥିଲେ। ଏଥିରେ ଯେଉଁମାନଙ୍କର ଦେଶ ମାଁ ମାତୃଭୂମି ଓ ହିନ୍ଦୁ ରାଷ୍ଟ୍ର, ଧର୍ମ ପାଇଁ ଅନେକ କିଛି କରିବାର ସତସାହସ ଅଛି, ସେହି ଯୁବକ ମାନଙ୍କୁ ନେଇ ଆଜି ଯୁବା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଦେଶ ମାଁ ମାତୃଭୂମି ର ସୁରକ୍ଷା ଧର୍ମର ରକ୍ଷା ଓ ରାଷ୍ଟ୍ରର ବିକାଶରେ ଯୁବକ ମାନଙ୍କ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଯୁଗେ ଯୁଗେ ଅନେକ ମହାପୁରୁଷ ମାନେ ନିଜର ମହାନ୍ ଅନୁଭବି ଉଦାହରଣ ବକ୍ତବ୍ୟ ମାନ ଉପସ୍ଥାପନ କରିଆସିଛନ୍ତି। ତେଣୁ ଯୁବକ ମାନଙ୍କ ହୃଦୟରେ ଦେଶ ପ୍ରୀତି ଭାବ ପ୍ରକଟିକରଣ ନିମନ୍ତେ ଭବ୍ୟ ଯୁବା ସମ୍ମିଳନୀ ମାନ ଆୟୋଜନ କରାଯାଉଅଛି। ଆଜି ଭଞ୍ଜନଗର ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରାତଃ ଆଠ ଘଣ୍ଟ ସମୟରୁ ଆରମ୍ଭ ହୋଇ ପର୍ଯ୍ୟାୟ ପର୍ଯ୍ୟାୟ କ୍ରମେ ମଧ୍ୟାହ୍ନ ୪ ଘଣ୍ଟ ଯାଏଁ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ଜିଲ୍ଲା କାର୍ଯ୍ୟକର୍ତ୍ତା ଓ ଖଣ୍ଡ କାର୍ଯ୍ୟକର୍ତ୍ତା ଙ୍କ ସହିତ ସମସ୍ତ ସ୍ଵୟଂସେବକ ପୂର୍ଣ୍ଣ ସହଯୋଗ କରିଥିଲେ। ଆଜିର ଏହି ଯୁବା ସମ୍ମିଳନୀ କାର୍ଯ୍ୟକ୍ରମ ରେ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ରାମପ୍ରସାଦ ପଟ୍ଟନାୟକ ସମ୍ଭାଗ ବିମର୍ସ ପ୍ରମୂଖ ବ୍ରହ୍ମପୁର, ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ପୋଲେଇ, ଘୁମୁସର ଜିଲ୍ଲା କାର୍ଯ୍ୟବାହ, ମୁଖ୍ୟବକ୍ତା ରୁପେ ଶ୍ରୀମାନ୍ ମୁନିଦ୍ର ସୁନ୍ଦର ଦାସ ଓ ଘୁମୁସର ଜିଲ୍ଲା ସଂଘ ଚାଳକ ଶ୍ରୀଯୁକ୍ତ ବନମାଳୀ ଗୈ।ଡ ଯୋଗଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ଭଞ୍ଜନଗର ଖଣ୍ଡ କାର୍ଯ୍ୟବାହ ଶ୍ରୀଯୁକ୍ତ ପ୍ରଦୀପ କୁମାର ଆଚାର୍ଯ୍ୟ ଙ୍କ ସଂପୂର୍ଣ୍ଣ ତତ୍ବାବଧାନରେ ପରିଚାଳନ ହୋଇଥିଲା। ଆୟୋଜିତ ଏହି କାର୍ଯ୍ୟକ୍ରମ ମାନଙ୍କରେ ଯୁବକ ମାନଙ୍କ ବୈ।ଦ୍ଧିକ, ଶାରୀରିକ ଓ ମାନସିକ ଦିବ୍ୟ ଚେତନା ର ଅଭୂତପୂର୍ବ ଉନ୍ନତି ଘଟିଥାଏ। ଏବଂ ସେମାନଙ୍କର ବିଚକ୍ଷଣ ଦକ୍ଷତା କୁ ସମସ୍ତଙ୍କ ଆଗରେ ପ୍ରକାଶ କରିବାର ସୁଯୋଗ ଏହି ଯୁବା ସମ୍ମିଳନୀ ମାଧ୍ୟମରେ ହୋଇଥାଏ। ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରୁ ରାମ ପ୍ରସାଦ ପଟ୍ଟନାୟକ ଆୟୋଜିତ ଯୁବ ସମ୍ମିଳନୀ ବୈଠକରେ ଭାରତର ଅତିତ ଗୈ।ରବ ଓ ଇତିହାସ ସଂପର୍କରେ ଯୁବ ବର୍ଗଙ୍କୁ ପ୍ରେରଣା ପ୍ରଦାନ କରିଥିବାବେଳେ, ବିଚିତ୍ରାନନ୍ଦ ପୋଲେଇ ଙ୍କ ସଂଘ ଶତାବ୍ଦୀ ର ସମସ୍ତ କାର୍ଯ୍ୟକ୍ରମ ଓ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଯୁଗପୋଯୋଗୀ ଆବଶ୍ୟକତା (ପଞ୍ଚ ପରିବର୍ତ୍ତନ) ଉପରେ ରଖିଥିବା ମନ୍ତବ୍ୟ ଉପସ୍ଥିତ ସମସ୍ତ ଯୁବ ପିଢୀ ଙ୍କୁ ଆକର୍ଷିତ କରିଥିଲା। ଅନୁଷ୍ଠିତ ତୃତୀୟ କାଳାଶଂ ରେ ଶଙ୍କା ମୋଚନ କାର୍ଯ୍ୟକ୍ରମ ରେ ଯୁଵ ପିଢ଼ିର ବିଭିନ୍ନ ପ୍ରଶ୍ନ ତଥା ଆଶଙ୍କାକୁ ଉତ୍ତର ରଖି ସେମାନଙ୍କ ମନରେ ନବ ଉନ୍ମାଦନ ଜାଗରଣ ସୃଷ୍ଟି କରାଯାଇଥିଲା। ପରିଶେଷରେ ମୁଖ୍ୟବକ୍ତା ଦାସ୍ ସ୍ଵାଧୀନତା ରୁ ସ୍ଵତନ୍ତ୍ରତା ବିଷୟରେ ବୈ।ଦ୍ଧିକ ପ୍ରଦାନ କରି ଯୁବ ପିଢ଼ିଙ୍କୁ ସମାଜସେବାରେ ବ୍ରତି ହେବା ନିମନ୍ତେ ଜାଗ୍ରତ କରାଇଥିଲେ। ଏହି କାର୍ଯ୍ୟକ୍ରମ ରେ ଘୁମୁସର ଜିଲ୍ଲା ସଂଘ ଚାଳକ ଙ୍କ ସହିତ ସମସ୍ତ ନିମନ୍ତ୍ରିତ ଅତିଥି ଜିଲ୍ଲା କାର୍ଯ୍ୟକର୍ତ୍ତା ଓ ଖଣ୍ଡ କାର୍ଯ୍ୟକର୍ତ୍ତା ଙ୍କ ସମେତ ସମସ୍ତ ସ୍ଵୟଂସେବକ ପୂର୍ଣ୍ଣ ସହଯୋଗ କରି କାର୍ଯ୍ୟକ୍ରମ କୁ ସମାପନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post