ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ସ୍ଥାନୀୟ ତାରିଣୀ ଛକ ନିକଟ ରେ ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସମିତି ଆନୁକୁଲ୍ୟ ରେ ନିଖିଳ ଉତ୍କଳ ହରିଜନ ଆଦିବାସୀ ସେବା ସଂଘ ପକ୍ଷରୁ ଏଡ଼ସ ସଚେତନତା ଶିବିର କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ତିନି ଦିନ ବ୍ୟାପୀ ଏହି କାର୍ଯ୍ୟ କ୍ରମ କୁ ଆୟୁଷ ଡାକ୍ତର ମନୋଜ ମିଶ୍ର ଉଦ୍ ଘାଟନ କରିଥିଲେ। ଏଡ଼ସ ର ରୋଗ ସମ୍ପର୍କ ରେ ସେ ମତ ରଖି ଥିଲେ ଓ ନିଆ ଯାଉ ଥିବା ପଦକ୍ଷେପ ବିଷୟ ରେ ଅବଗତ କରାଇବା ସହ ସଚେତନତା କୁ ସ୍ବାସ୍ଥ୍ୟ ବିଭାଗ ଓ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି ବୋଲି ମତ ରଖିଥିଲେ। ସଂଘ ର ନିର୍ଦେଶକ ରମେଶ ଚନ୍ଦ୍ର ଦୀକ୍ଷିତ, ସମ୍ପାଦକ ପର୍ଶୁରାମ ନାୟକ, ପ୍ରକଳ୍ପ ଅଧିକାରୀ ମନୋଜ ବାରିକ୍, ବଳରାମ ପାତ୍ର, ସର୍ବେଶ୍ଵର ମହାନ୍ତି, ନମିତା ବଳ,ଲକ୍ଷ୍ମୀ ମଣି ବେହେରା, ସୁପ୍ରଭା ବେହେରା, ଜୟ ଲଳିତା ମାଇତି, ରିତା ମାହୁନ୍ତ, ଶଙ୍କର ଲାଲ ଜେନା, ତାପସ ବାରିକ୍ ପ୍ରମୁଖ ଉପସ୍ଥିତ ରହି ସଚେତନତା କରିବା ସହ ପ୍ରଚାର ପତ୍ର ବଣ୍ଟନ କରିଥଲେ।
Sign in
Sign in
Recover your password.
A password will be e-mailed to you.
Prev Post
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷ ରୁ “ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ” ପାଳିତ
Next Post