ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା , ଯୁବ ରେଡ଼କ୍ରସ ଏବଂ ସମର ଶିକ୍ଷାର୍ଥୀ ବାହିନୀ ତରଫରୁ ଆଦର୍ଶ ଥାନାର ପୋଲିସ ଅଧିକାରୀ ଏବଂ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼. ରମାକାନ୍ତ ସାମଲ ଉପସ୍ଥିତି ରେ”ଦୁର୍ନୀତି ନିବାରଣ ସଚେତନତା ସପ୍ତାହ “ପାଳିତ ହୋଇଯାଇଛି।
“ଦୁର୍ନୀତି ନିବାରଣ – ଆମର ସାମୁହିକ ଦାୟିତ୍ୱ” ଏହି ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ କୁ ନେଇ ସଚେତନତ ସମ୍ପର୍କରେ ଛାତ୍ରଛାତ୍ରୀ ମାନେ ମହାବିଦ୍ୟାଳୟରେ ସ୍ଥାନିତ ଗଜପତି ମହାରାଜାଙ୍କର ପ୍ରତିମୂର୍ତ୍ତି ଠାରୁ ଆରମ୍ଭ କରି ଏବଂ ଗଜପତିଙ୍କ ରାଜପ୍ରସାଦ ପର୍ଯ୍ୟନ୍ତ ଏକ ମିଳିତ ପଦଯାତ୍ରା କରି ଯାଇଥିଲେ। ସ୍ବେଚ୍ଛାସେବୀ ମାନେ ସମାଜକୁ ସଚେତନ କରିବା ପାଇଁ ବିଭିନ୍ନ ସ୍ଲୋଗାନର ନାରା ଦେଇ ଥିଲେ “ସତ୍ୟ ନିଷ୍ଠା ଆମର ଶକ୍ତି ” , “ଦୁର୍ନୀତି ହଟାଅ ଦେଶ ବଞ୍ଚାଅ ” ଏହିପରି ବାର୍ତ୍ତା ଦେଇ ସମଗ୍ର ଜନସାଧାରଣଙ୍କୁ ସଚେତନ କରାଇଥିଲେ।
ସଚେତନ ଶୋଭା ପଦଯାତ୍ରା ପରେ ଦ୍ଵିତୀୟ ପର୍ଯ୍ୟାୟରେ ମହାବିଦ୍ୟାଳୟର ସ୍ମାର୍ଟକକ୍ଷ ଠାରେ ଛାତ୍ରଛାତ୍ରୀ , ଅଧ୍ୟାପକ , ଅଧ୍ୟାପିକା ଏବଂ କର୍ମଚାରୀ ମାନଙ୍କୁ ନେଇ ଦୁର୍ନୀତି ନିବାରଣ ସମ୍ପର୍କ ରେ ଶପଥ ପାଠ କରାଯାଇଥିଲା। ଏହାପରେ ଦୁର୍ନୀତି ନିବାରଣ ସମ୍ପର୍କୀୟ ବିଭିନ୍ନ ପ୍ରତିଯୋଗିତା ଯଥା :- କୁଇଜ , ପ୍ରବନ୍ଧ ଏବଂ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼.ରମାକାନ୍ତ ସାମଲଙ୍କ ପୌରହିତ୍ୟରେ ଜାତୀୟ ସେବା ଯୋଜନାର କାର୍ଯ୍ୟ ଅଧିକାରୀ ଡ଼. ବିଦ୍ୟାଧର ସେଠୀ କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରାକ୍ ସୂଚନା ପ୍ରଦାନ କରିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଯୁବ ରେଡ଼କ୍ରସର ଅଧିକାରୀ ତଥା ଜିଲ୍ଲା କନଭେନର ସେକ୍ରେଟାରୀ ଡ଼.ବିପ୍ଳବ ରଞ୍ଜନ ପ୍ରଧାନ ଏବଂ ଅନ୍ୟାନ ଯୁବ ରେଡ଼କ୍ରସ କାଉନସିଲ ଡ.ମାନସୀ ସାହୁକାର , ଡ଼.ଉର୍ମିଳା ବଡ଼ମୁଣ୍ଡି , ଶ୍ରୀ ଅଜୟ କୁମାର ରଇତ ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଲେଫ୍ଟନାଣ୍ଟ ଶ୍ରୀ କୁଶ କନୁହର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା , କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ସଭାଟି କୁ ସଫଳତ ମଣ୍ଡିତ କରିଥିଲେ। ପରିଶେଷରେ ଯୁବରେଡ଼କ୍ରସର କାଉନସିଲର ଡ଼. ମାନସୀ ସାହୁକାର ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post