(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର,-ୟୁନିଟି ସେଣ୍ଟର ଅଫ କମ୍ୟୁନିଟି ରିଭଲେସେନରି ଅଫ ଇଣ୍ଡିଆ ପକ୍ଷରୁ ଆଜି ଗୁଣପୁର ନଗର ଭବନ ଠାରେ ବିଶିଷ୍ଟ ବିପ୍ଲବୀ କମ୍ୟୁନିଷ୍ଟ ନେତା ସ୍ବର୍ଗତ ଡିବିଏମ ପଟ୍ଟନାୟକ ଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ନାଗରିକ ଅନନ୍ତ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ବିଭିଏମ ପଟ୍ଟନାୟକ, ଅଧ୍ୟକ୍ଷ ଗିରିଜନ ସଂଘ ଆନ୍ଧ୍ରପ୍ରଦେଶ,ସିଏସ୍ଏଚଏନ ମୂର୍ତ୍ତି, ଆନ୍ଧ୍ରପ୍ରଦେଶ,ବ୍ରହ୍ମାନନ୍ଦ ପଟ୍ଟନାୟକ, ବରିଷ୍ଠ ଓକିଲ,ରାଜନିସ ଭାରତୀ,କେ ସୁଧାକର ପଟ୍ଟନାୟକ ବରିଷ୍ଠ ସାମ୍ବାଦିକ,ବି ସତ୍ୟନାରାୟଣ,ନନ୍ଦିକେଶ୍ୱର ଚୌଧୁରୀ,ଏଏସ ନାଇଡୁ,ବି କାନ୍ତା ରାଓ, ଆଦିବାସୀ ନେତା ହେମରାଜ ଦାସ,ବାସୁଦେବ ରାଓ,ଡି ଭେଙ୍କେଟସ୍ୱର,ବରିଷ୍ଠ ଆଇନଜୀବୀ ପ୍ରଦୀପ ଦାସ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ପଟ୍ଟନାୟକ ଙ୍କ ବିପ୍ଲବୀ ଓ ତ୍ୟାଗପୁତ ଜୀବନୀ ଓ ଉଲ୍ଲେଖନୀୟ ଅବଦାନ ର ସ୍ମୃତି ଚାରଣ କରିଥିଲେ । ନିଃସ୍ୱାର୍ଥପର ସେବା, ଲୋକଙ୍କ ସମସ୍ୟାର ସମାଧାନ, ଆଦିବାସୀ ଙ୍କ ହକ୍ ପ୍ରଦାନ ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ବକ୍ତା ମାନେ କହିଥିଲେ । ଶେଷରେ ବି କାନ୍ତା ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.