(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): -ସ୍ଥାନୀୟ ଜଲତାର ନୂଆ ଗାଁ ଶିବ ମନ୍ଦିର ନିକଟରେ ବିଶ୍ବସାନ୍ତି ପାଇଁ କାମଧେନୁ ସୁରଭୀ ଜଜ୍ଞ ଚାଲିଥିବା ବେଳେ ଏହି ଅବସରରେ ଆଜି ଧ୍ବଜ ପ୍ରତିଷ୍ଠା ହୋଇଛି। ନିର୍ବାଣ ଟ୍ରଷ୍ଟ, ଅଖିଳ ଭାରତୀୟ ସନ୍ଥ ସମାଜ, ବିଶ୍ବହିନ୍ଦୁ ପରିଷଦ, ଶବର ସମାଜ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଜି ଗୁଣପୁର ପୌର ପରିଷଦ ର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ ଯୋଗଦେଇ ଇନ୍ଦ୍ରଧ୍ଵଜ ଓ ହନୁମାନ ଧ୍ବଜ ପ୍ରତିଷ୍ଠା କରିଥିଲେ। ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଜଜ୍ଞ ରେ ପ୍ରତେକ ଦିନ ୯ଟି ଦମ୍ପତି ପୂଜାରେ ବସୁଥିବା ବେଳେ ଆଜି ଗୋଷ୍ଟାଷ୍ଟମୀ ଅବସରରେ ଗୋପୁଜନ କରା ଯାଇ ଗୋଶାଳା ମଧ୍ୟ ଆରମ୍ଭ କରାଯାଇଛି। ଆସନ୍ତା ପୁର୍ଣ୍ଣମି ଦିନ ଏଠାରେ ୧୦୮ ଟି ଶିବଲିଙ୍ଗ ମଧ୍ୟ ପ୍ରତିଷ୍ଠା ହବାର କାର୍ଯ୍ଯକ୍ରମ ରହିଛି। ସ୍ବାମୀ ନିର୍ବାଣ ନନ୍ଦ ଗିରି, କାଶୀରୁ ଆସିଥିବା ଆଚାର୍ଯ୍ଯ ଚନ୍ଦ୍ରମୌଳି ତିବ୍ବାରୀ, ବ୍ରହ୍ମ ଯୋଗେଶ ତ୍ରିପାଠୀ, ନବୀନ ରଥ, ପ୍ରକାଶ ରଥ ପ୍ରମୁଖ ପୂଜା ଦାୟିତ୍ବ ରେ ଥିବାବେଳେ ଆଜି ଅଜିତ ପଣ୍ଡା, ମୁନା ପାଢି, ବିଷ୍ଣୁ ରଥ, ବସନ୍ତ ମିଶ୍ର, ପ୍ରଦୀପ ବାହିନୀପତି, ଶିବରାମ ବେହେରା ଦମ୍ପତି ପ୍ରମୁଖ ଆଜି ପୂଜାରେ ବସିଥାଲେ।
Sign in
Sign in
Recover your password.
A password will be e-mailed to you.