ଗୃହ ପ୍ରବେଶ ସମାରୋହ ଅନୁଷ୍ଠିତ

4

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) -୨.୦ର ‘ଅଙ୍ଗୀକାର-୨୦୨୫’ ଅଭିଯାନ ଅଧୀନରେ ସୋମବାର ଗୁଣପୁର ପୌର ପରିଷଦର ବିଭିନ୍ନ ୱାର୍ଡ ରେ ଗୃହ ପ୍ରବେଶ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆବାସ ଯୋଜନା ରେ ସମ୍ପୂର୍ଣ ହୋଇଥିବା ଆଠ ଗୋଟି ହିତାଧିକାରୀ ଙ୍କ ଗୃହ ପ୍ରବେଶ କରାଯାଇଥିଲା l ଏହି ଅବସରରେ ପୌର ପରିଷଦର ଅଧ୍ୟକ୍ଷା ମମତା ଗୌଡ଼, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ପରିଷଦର କାର୍ଯ ନିର୍ବାହୀ ଅଧିକାରୀ ସମ୍ପୃକ୍ତ ୱାର୍ଡ କାଉନସିଲର, ଜିଲ୍ଲା ନଗର ଉନ୍ନୟନ ସଂସ୍ଥାରେ କାର୍ଯ୍ୟରତ ସି.ଏଲ. ଟି.ସି. ଶୁଭ୍ରଜିତ ସ୍ୱାଇଁ, ସି.ଏଲ. ଟି.ସି. ଅଶୋକ କୁମାର ପଣ୍ଡା, ଏମ ଆଣ୍ଡ ଇ ଏକ୍ସପର୍ଟ ଦୀପକ କୁମାର କୋଠିଆ, ପୌର ପରିଷଦର, ଅମିନ, ଏମ.ଆଇ.ଏସ କମ୍ପୁଟର ପ୍ରୋଗ୍ରାମର, କମ୍ୟୁନିଟି ଅର୍ଗାନାଇଜର, ଅନ୍ୟାନ୍ୟ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ l ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ପ୍ରଧାନମନ୍ତ୍ରୀ ଆଦାସ ଯୋଜନା ହିତାକାରୀମାନଙ୍କୁ ଘରର ଚାବି ବଣ୍ଟନ କରିଥିଲେ ଏବଂ ନୂତନ ଗୃହ ପ୍ରବେଶ ପାଇଁ ହିତାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.