ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ଭାଜପା ଉପ ସଭାପତି କେ.ନାରାୟଣ ରାଓ ଭୁବନେଶ୍ଵର ଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପଛୁଆ ବର୍ଗ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏକ ଶୁଣାଣି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଗଜପତି ଜିଲ୍ଲାରେ ବିଶେଷ କରି ପାରଳାଖେମୁଣ୍ଡି ନିର୍ବାଚନୀ ମଣ୍ଡଳୀ ରେ ବହୁଳ ଭାବରେ ବାସ କରୁଥିବା କାମ୍ପ , କଳିଙ୍ଗ , ପାଲ୍ଲୀ , ଅଗ୍ନିକ୍ଷେତ୍ରିୟ ଆଦି ଜାତି ର ଲୋକଙ୍କୁ କେନ୍ଦ୍ରୀୟ ପଛୁଆ ବର୍ଗ ରେ ସାମିଲ୍ କରିବାକୁ ଦାବୀ ଜଣାଇଥିଲେ।
କେନ୍ଦ୍ର ସରକାରଙ୍କ ଜାତୀୟ ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ହଂସରାଜ ଗଙ୍ଗାରାମ ଆହିର ଙ୍କ ନିକଟରେ ସେ ଏହି ଦାବୀ ଲଖିତ୍ ଆକାରରେ ଜଣାଇ ଥିଲେ। ରାଜ୍ୟ ଅତିଥି ଭବନ ପରିସରରେ ଆୟୋଜିତ ଏହି ଶୁଣାଣି କାର୍ଯ୍ୟକ୍ରମ ବେଳେ ରାଜ୍ୟ ବିଜେପି ପଛୁଆ ବର୍ଗ ମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳଙ୍କ ସମେତ ଅନେକ କାମ୍ପ , କଳିଙ୍ଗ , ପାଲ୍ଲୀ ଜାତି ର ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଜାତି ଗୁଡ଼ିକୁ ପଡୋଶୀ ଆନ୍ଧ୍ର ପ୍ରଦେଶରେ କେନ୍ଦ୍ରୀୟ ପଛୁଆ ଜାତି ଭାବେ ବହୁ ପୂର୍ବରୁ ବିଚାର କରାଯାଉଥିବା ବେଳ ଏବେ ଓଡ଼ିଶାରେ କେନ୍ଦ୍ରୀୟ ପଛୁଆ ବର୍ଗ ରେ ସାମିଲ୍ ହେବା ଦ୍ବାରା ସେଣ୍ଟ୍ରାଲ ଓବିସି ଜାତିଗତ ପ୍ରମାଣପତ୍ର ମିଳିପାରିବ ଯଦ୍ୱାରା କେନ୍ଦ୍ରସରକାରଙ୍କ ମଙ୍ଗଳ ଯୋଜନା ଗୁଡ଼ିକରେ ସୁବିଧାରେ ଏହି ବର୍ଗ ଲୋକେ ଉପକୃତ ହେବେ ବୋଲି ନାରାୟଣ ରାଓ ଉଲ୍ଲେଖ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.