ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ସାରା ରାଜ୍ୟରେ ଅକ୍ଟୋବର ଅଠର ତାରିଖରୁ ଆସନ୍ତା ନଭେମ୍ବର ସତର ତାରିଖ ପର୍ଯ୍ୟନ୍ତ ସାଇବର୍ ନିରାପତ୍ତା ମାସ ଭାବେ ପାଳନ କରାଯାଉଥିବା ବେଳେ ଆଜି ବେଲଗୁଣ୍ଠା ନୋଡ଼ାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସାଇବର୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଆସିଥିବା ସାଇବର୍ ନିରାପତ୍ତା ସଚେତନତା ରଥକୁ ବିଭିନ୍ନ ଅନୁଷ୍ଠାନ, ପୋଲିସ୍, ପ୍ରଶାସନ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରାଯାଇଥିଲା I ଏହି ଅବସରରେ ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବରଙ୍କ ସଭାପତିତ୍ୱରେ ଏକ ସାଇବର୍ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ, ଅନ୍ୟତମ ଅତିଥି ରୂପେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଡ଼ ଦୀପକ୍ କୁମାର ମିଶ୍ର, ବେଲଗୁଣ୍ଠା ତହସିଲଦାର ତଥା ବିଡିଓ କଳାକୃଷ୍ଣ ପ୍ରଧାନ,ସିଡିପିଓ ନଳିନୀ ମହାରଣା,ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣା,ଆଞ୍ଚଳିକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ,ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ I ପ୍ରଥମେ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା I ଉପସ୍ଥିତ ଥିବା ବିଭିନ୍ନ ମହିଳା ଗୋଷ୍ଠୀ,ଏମବିକେ,ସିଆରପି,ବ୍ୟାଙ୍କ୍ ମିତ୍ର ଏବଂ ଛାତ୍ରଛାତ୍ରୀଙ୍କୁ ସାଇବର୍ ସଚେତନତା ଉପରେ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ I ଅତିଥି ମାନେ ନିଜ ବକ୍ତବ୍ୟରେ ଲୋଭର ବଶବର୍ତ୍ତୀ ନହୋଇ କୌଣସି ଅନ୍ ଲାଇନ ଖେଳ, ଲଟେରୀ ଅଂଶଗ୍ରହଣ ନକରିବା ସହିତ କାହାକୁ ନିଜର ଓଟିପି ତଥା ଗୁପ୍ତ ତଥ୍ୟ ନଦେବା ପାଇଁ ପରାମର୍ଶ ଦେଇଥିଲେ I ବିଶେଷ କରି ବ୍ୟାଙ୍କ୍ ନାମରେ ଆସୁଥିବା ଫୋନ୍ କଲ୍ ପ୍ରତି ଅଧିକ ସାବଧାନତା ଅବଲମ୍ବନ କରିବା ସହ ବ୍ୟାଙ୍କ୍ ଜନିତ ତଥ୍ୟକୁ ସିଧା ସଳଖ ବ୍ୟାଙ୍କ୍ ଶାଖାରେ ବୁଝିବା ପାଇଁ କହିଥିଲେ I
ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କମ୍ପ୍ୟୁଟର୍ ଏବଂ ସାଇବର୍ ସଚେତନତା ଉପରେ ଏକ ପ୍ରଶ୍ନୋତ୍ତର ପ୍ରତିଯୋଗିତl ଆୟୋଜନ କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା I ଏହା ସହିତ ସାଇବର୍ ଠକେଇର ଶିକାର ହେଲେ ତତ୍କାଳୀନ ୧୯୩୦ ନମ୍ବର୍ ରେ ଯୋଗାଯୋଗ କରିବା ସହିତ ସ୍ଥାନୀୟ ଥାନାର ଦ୍ୱାରସ୍ଥ ହେବା ପାଇଁ ପରାମର୍ଶ ଦେଇଥିଲେ I ଏହି ଅବସରରେ ସାଇବର୍ ସଚେତନତା ମାସ୍କଟ୍ ପରିଧାନ କରାଯାଇ ମଧ୍ୟ ସଚେତନତା କରାଯାଇଥିଲା I
ଏହି କାର୍ଯ୍ୟକ୍ରମରେ ଇନ୍ସପେକ୍ଟର୍ ଅଭୟ କୁମାର ପ୍ରଧାନ ଧନ୍ୟବାଦ ଦେଇଥିବା ବେଳେ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ l ଏସ୍ଆଇ ଅଜୟ କୁମାର ବେହେରା, ଏଏସ୍ଆଇ ଅନୁ ମଲ୍ଲିକ, ଜ୍ୟୋତ୍ସ୍ନାରାଣୀ ପ୍ରଧାନଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post