କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ପେଣ୍ଠ ସମୁଦ୍ର ବେଳାଭୂମି ନିକଟରେ ହୋଇଥିବା ପଥର ବନ୍ଧ ଏବେ ସମୁଦ୍ରର ତାଣ୍ଡବ ତଳେ ଦବିଯାଇଛି। ସମୁଦ୍ର ତୀବ୍ର ଢେଉ ଓ ଜୁଆର ଚାପରେ ଡାହାଣ ପଟ ଓ ବାମପଟ ଦୁହିଁ ଅଞ୍ଚଳରେ ପଥର ବନ୍ଧ ଭାଙ୍ଗିବା ଆଶଙ୍କା ସୃଷ୍ଟି ହୋଇଛି। ସମୁଦ୍ର ଭିତରକୁ ଟାଣି ନେଉଛି ଶିଳାଖଣ୍ଡଗୁଡିକ, ଯେଉଁଥିରୁ ଜନବସତି ଅଞ୍ଚଳ ଏବେ ସିଧାସଳଖ ସମୁଦ୍ର ମୁହାଁ ହୋଇପଡ଼ିଛି। ଗାଁ ଲୋକଙ୍କ କହିବା ଅନୁଯାୟୀ, ପଥର ବନ୍ଧ ଦବି ଯାଇଥିବାରୁ ସମୁଦ୍ର ତାଙ୍କ ଘରଦ୍ୱାରକୁ ନିଜେ ଆସିପହଞ୍ଚିଛି।ଯାହା ଗାଁ ସାରା ଭୟ ଓ ଆତଙ୍କରେ ଲୋକେ । ପେଣ୍ଠ ଓ ତାହା ସମୀପସ୍ଥ ଗ୍ରାମର ଲୋକେ କହୁଛନ୍ତି, ପୂର୍ବରୁ ଯେପରି ଜିଓ ସିନ୍ଥେଟିକ ୱାଲରେ ସମୁଦ୍ରକୁ ରୋକିପାରିଥିଲା,ସେହିଭଳି ନୂଆ ଜିଓ ୱାଲ ନିର୍ମାଣ କରାଯାଉ। ନଚେତ ଆମ ଗାଁ ସାତଭାୟା ଭଳି ସମୁଦ୍ର ଗର୍ଭରେ ଲିନ ହେବାର ଆଶଙ୍କା ରହିଛି। ଓଡ଼ିଶାର ପ୍ରଥମ ଓ ଭାରତର ଦ୍ଵିତୀୟ ଜିଓ ସିନ୍ଥେଟିକ ୱାଲ ହେଉଥିବା ପେଣ୍ଠ ସମୁଦ୍ର ବନ୍ଧ ଏକ ସମୟରେ ସମୁଦ୍ର ଆଗକୁ ବଢ଼ିବାକୁ ରୋକିଥିଲା। କିନ୍ତୁ ସମ୍ପ୍ରତି ଜଳସମ୍ପଦ ଓ ତଟବନ୍ଧ ବିଭାଗ ଅଧୀନରେ ହୋଇଥିବା ନୂଆ ପଥର ବନ୍ଧର କାର୍ଯ୍ୟ ନେଇ ଅନେକ ଅଭିଯୋଗ ଉଠିଛି। ଗ୍ରାମବାସୀଙ୍କ ଅଭିଯୋଗ ,ଠିକାଦାର ଓ ଅଧିକାରୀ ମଧ୍ୟରେ ଦୃନୀତି ହୋଇଥିବାରୁ ନିମ୍ନ ମାନର ପଥର ବ୍ୟବହାର ହୋଇଛି, ଯାହା ସମୁଦ୍ରର ପ୍ରଖର ଢେଉ ସାମ୍ନା କରିପାରୁନି। ସ୍ଥାନୀୟ ସାମାଜିକ ସଂଗଠନ ଓ ପ୍ରାକୃତିକ ସୁରକ୍ଷା କାର୍ଯ୍ୟକର୍ତ୍ତାମାନେ ମଧ୍ୟ ସରକାର ନିକଟରେ ଦାବି କରିଛନ୍ତି ଯେ, ପେଣ୍ଠ ଅଞ୍ଚଳରେ ତତ୍କାଳ ମଜବୁତ ଜିଓ ସିନ୍ଥେଟିକ ୱାଲ କିମ୍ବା ଅନ୍ୟ ସୁଦୃଢ଼ ପ୍ରତିରୋଧ ବନ୍ଧ କରାଯିବା ଆବଶ୍ୟକ। ନଚେତ, ଏଠାକାର ଶତାଧିକ ପରିବାର ଓ ତାଙ୍କ ଜୀବିକା ସମୁଦ୍ର ଗର୍ଭରେ ଲିନ ହୋଇଯିବାର ସମ୍ଭାବନା ରହିଛି। ଏପର୍ଯ୍ୟନ୍ତ ଉପରିସ୍ଥ ଅଧିକାରୀମାନେ ଏହି ଘଟଣା ଉପରେ କି ପଦକ୍ଷେପ ନେଇଛନ୍ତି, ତାହା ସ୍ପଷ୍ଟ ହୋଇନି। ଗ୍ରାମବାସୀ ଆଶା କରୁଛନ୍ତି, ଗଣମାଧ୍ୟମରେ ଖବର ପ୍ରଚାର ହେବା ପରେ ଅଧିକାରୀ ଓ ବିଭାଗ ସ୍ତରରେ ତଦନ୍ତ ଓ ସୁଧାର ମୁହିମ ଆରମ୍ଭ ହେବ।ସମୁଦ୍ର ଗର୍ଜନ ଓ ଦବୁଥିବା ପଥର ବନ୍ଧ ମଧ୍ୟରେ ପେଣ୍ଠ ଗାଁ ଏବେ ଆଶା ଓ ଭୟ ମଧ୍ୟରେ ରହିଛି । ଏକପଟେ ନିଜ ଘର ଓ ଜୀବିକା ରକ୍ଷାର ଚିନ୍ତା, ଅନ୍ୟପଟେ ସରକାର ତାଙ୍କୁ ବଞ୍ଚାଇବା ଆସା।
Sign in
Sign in
Recover your password.
A password will be e-mailed to you.
Next Post