ମୃତ୍ୟୁ ବି ଏମିତି ଆସେ,ଭାଗବତ ଶୁଣି ଫେରିଲା ବେଳେ ଟଳି ପଡିଲେ ଆଶା ଦିଦି

4

କେନ୍ଦୁଝର,ତା୨୯/୧୦- ମୃତ୍ୟୁ ବି ଏମିତି ଆସେ,ଭାଗବତ ପୁରାଣ ପାଠ ଶୁଣି ଘରକୁ ଫେରିବା ବେଳେ ବାଟରେ ଟଳି ପଡିଲେ ଆଶା ଦିଦି,ଡାକ୍ତରଖାନାରେ ମୃତ୍ୟୁ ଘୋଷଣା କଲେ ଡାକ୍ତର,ଏମିତି ଏକ ଅଭାବନୀୟ ଘଟଣା ଘଟି ଯାଇଛି କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ। ତେଲକୋଇ ଥାନା ଜଗମୋହନପୁର ପଞ୍ଚାୟତ ଅନ୍ତର୍ଗତ ଟୁଙ୍ଗୁରୁବାହାଳ ଗ୍ରାମର ପାଦୁକ ସାହୁଙ୍କ ସହଧର୍ମିଣୀ ମଞ୍ଜରୀ ସାହୁ, ବୟସ ୫୬ ବର୍ଷ,ଆଶା ଦିଦି ଭାବେ ଦୀର୍ଘ ୧୫ ବର୍ଷରୁ ଅଧିକ ଦିନ ହେଲାଣି ସ୍ଥାନୀୟ ଅଞ୍ଚଳରେ ସେବା ଯୋଗାଇ ଆସୁଥିଲେ,ଏବେ ଧର୍ମର ମାସ କାର୍ତ୍ତିକ ଚାଲୁଅଛି,ଗାଁ ଗଣ୍ଡାରେ ଧାର୍ମିକ ବାତାବରଣ,ଗତକାଲି ସଂନ୍ଧ୍ୟା ୬ଟା ବେଳେ ଗାଁ ମଣ୍ଡପରେ ଭାଗବତ ପୁରାଣ ପାଠ ହେଉଥିଲା,ସବୁଦିନ ଭଳି ମଞ୍ଜରୀ ପୁରାଣ ଶୁଣିବାକୁ ଗାଁ ମଣ୍ଡପକୁ ଯାଇଥିଲେ, ଅନ୍ୟ ପକ୍ଷରେ ମଙ୍ଗଳା ବ୍ରତ ପାଳନ ଯୋଗୁଁ ଉପବାସ ରହିଥିଲେ,ପୁରାଣ ଆଲୋଚନା ସୁରୁଖୁରୁରେ ଶେଷ ହେଲା,ଘରକୁ ଫେରିବା ବେଳକୁ ହଠାତ୍ ମଣ୍ଡପ ନିକଟରେ ଟଳି ପଡ଼ିଥିଲେ ଆଶା ଦିଦି ମଞ୍ଜରୀ,ସଙ୍ଗେ ସଙ୍ଗେ ନିକଟସ୍ଥ ପାଲଲହଡ଼ା ଉପଖଣ୍ଡ ଡ଼ାକ୍ତରଖାନାକୁ ନିଆଗଲା,ତେବେ ଡାକ୍ତର ମଞ୍ଜରୀକୁ ମୃତ୍ୟୁ ଘୋଷଣା କରିଛନ୍ତି,ଏବେ ଗାଁରେ ଚର୍ଚ୍ଚା ସତରେ ମୃତ୍ୟୁ ବି ଏମିତି ଆସେ।

Leave A Reply

Your email address will not be published.