ଓଡ଼ଗାଁ,୨୮।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରୋହିବାଙ୍କ ପଞ୍ଚାୟତ ନରସିଂହ ପ୍ରସାଦ ଗାଁରେ କାର୍ତ୍ତିକ ମାସରେ ପ୍ରତିଦିନ ପରି ଶନିବାର ସନ୍ଧ୍ୟାରେ ଠାକୁରାଣୀ ମନ୍ଦିର ଚତୁଃପାର୍ଶ୍ଵରେ ଗାଁର ଯୁବକମାନେ ବୁଲି ସଙ୍କୀର୍ତ୍ତନ କରୁଥିବା ବେଳେ ସୂଚନା ଫଳକ ଭୁଷୁଡି ପଡି ସେହି ଗ୍ରାମର ସହଦେବ ମାହଙ୍କୁଡଙ୍କ ସାନପୁଅ ହିନ ମାହାଙ୍କୁଡ (୧୪)ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ରବିବାର ଦିନ ଶବ ବ୍ୟବଚ୍ଛେଦ ପରେ କ୍ଷତିପୂରଣ ପାଇବା ଉଦେଶ୍ୟରେ ନରସିଂହ ପ୍ରସାଦ ନିକଟ ନାଉଖାଲ ୨୧ ନମ୍ବର ରାଜ୍ୟ ରାଜପଥ ଉପରେ ହିନର ଶବକୁ ରଖି ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ ଓଡ଼ଗାଁ ତହସିଲଦାର ପହଁଞ୍ଚି ରେଡକ୍ରସ ପାଣ୍ଠିରୁ କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ୨୦ ହଜାର ଟଙ୍କା ଦେବା ସହିତ ଗ୍ରାମବାସୀଙ୍କ ଦାବି ମୁତାବକ ମୃତ ନାବାଳକର ଭିନ୍ନକ୍ଷମ ବାପା ଏବଂ ଭାଇଙ୍କୁ ଭିନ୍ନକ୍ଷମ ଭତା ପ୍ରଦାନ ନିମନ୍ତେ ସେଠାରେ ଉପସ୍ଥିତ ଓଡ଼ଗାଁ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ ପ୍ରତିଶୃତି ଦେଇଥିଲେ । ସୂଚନା ଥାଉକି ସାନପୁଅ ହିନର ଦୁର୍ଘଟଣାରେ ମୃତ୍ୟୁ ଘଟିବା ସମୟରେ ଭିନ୍ନକ୍ଷମ ବାପା ଓ ଭାଇ ଓତାମିଲନାଡୁରେ ଯାଇ କାମ କରୁଥିଲେ । ଖବର ପାଇ ସୋମବାର ରାତିରେ ସେମାନେ ଗାଁରେ ପହଁଚି ଥିଲେ । ଆଜି ଅର୍ଥାତ ମଙ୍ଗଳବାରେ ଗ୍ରାମବାସୀଙ୍କ ଠାରୁ ଏ ସମ୍ବନ୍ଧରେ ଖବର ପାଇ ଜଣାଇବା ପରେ ନଭେମ୍ବର ୬ ତାରିଖରେ ଓଡ଼ଗାଁ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବାକୁ ଥିବା ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ପହଁଞ୍ଚିବା ପାଇଁ ବିଡ଼ିଓ କହିଥିଲେ । ଏବଂ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିବା ପରେ ଯଥାଶୀଘ୍ର ସେମାନଙ୍କୁ ଭିନ୍ନକ୍ଷମ ଭତା ମିଳିବାର ବ୍ୟବସ୍ଥା କରାଯିବ ।
Sign in
Sign in
Recover your password.
A password will be e-mailed to you.