
ଜୟପୁର:କୋରାପୁଟ,୨୭.୧୦.୨୦୨୫-ଅଶୋକ ସାହୁ,ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନଙ୍କ ଦ୍ୱାରା ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋରାପୁଟ ପୁଳିସ୍ ଅଧ୍ୟକ୍ଷ ଶ୍ରୀ ରହିତ ବର୍ମା, ଜୟପୁର ଉପଖଣ୍ଡ ଅ।ରକ୍ଷୀ ଅଧିକାରୀ ଶ୍ରୀ ପାର୍ଥ ଜଗଦୀଶ କଶ୍ୟପ, ଉପଜିଲ୍ଲାପାଳ ଜୟପୁର କୁମାରି ଅକାବରମ ସସ୍ୟ। ରେଡ୍ଡୀ, IAS ପ୍ରବେଜନାରୀ ଶ୍ରୀ ସନ୍ତୋଷ ପାତ୍ର କୋରାପୁଟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅଭିଯୋଗ ଶୁଣାଣିରେ ୯ ଗୋଟି ଗୋଷ୍ଟିଗତ ସମସ୍ୟା ଓ ୩୮ ଗୋଟି ବ୍ୟକ୍ତିଗତ ସମସ୍ୟା ସମୁଦାୟ ୪୭ ଗୋଟି ବିଭିନ୍ନ ସମସ୍ୟାର ଆଜି ଅଭିଯୋଗ ଶୁଣାଣି ହୋଇ ଥିଲା । ଆର୍ଥିକ ସମସ୍ୟା , ଘର ପଟ୍ଟା ସମସ୍ୟା, ଜମିବାଡି ବିବାଦ, ପାନୀୟ ଜଳ ସମସ୍ୟା, ସ୍ଵାସ୍ଥ୍ୟଗତ ସମସ୍ୟା, ରାସ୍ତା ଘାଟ, ବିଦ୍ୟୁତ ସମସ୍ୟା ଇତ୍ୟାଦି ବିଷୟରେ ଆଜି ଅଭିଯୋଗ ହୋଇଥିଲା। ଏହି ପରି ବିଭିନ୍ନ ସମସ୍ୟା ଉପରେ ଆଜି ଅଭିଯୋଗ ଶୁଣାଣି ହୋଇ ଥିଲା । ଏହି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ସମନ୍ଵିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ତୃପ୍ତି ବୋରେଇ, ଜୟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ପ୍ରସାଦ ମହାପାତ୍ର, ଜୟପୁର ତହସିଲଦାର ସବ୍ୟସାଚୀ ଜେନା, ଜିଲ୍ଲା ଶିକ୍ଷାଧିକାରୀ ଡ଼. ପ୍ରଶାନ୍ତ କୁମାର ମହାନ୍ତି, ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ ନାୟକ, ଜିଲ୍ଲା ମଣ୍ଡଳ ଅଧିକାରୀ, ଜିଲ୍ଲା ପଂଚାୟତ ଅଧିକାରୀ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଅତିରିକ୍ତ ଖାଉଟି ଓ ଯୋଗାଣ ଅଧିକାରୀ, ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ, ରାସ୍ତା ଓ ଗୃହ ନିର୍ମାଣ ଅଧିକ୍ଷଣ ଯନ୍ତ୍ରୀ ଜୟପୂର, ଟିପିଏସଓଡିଏଲ୍ ଓ ବିଦ୍ୟୁତ ବିଭାଗର କର୍ମକର୍ତ୍ତାଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.