ଜାତୀୟ ସ୍ତରରେ ଚମକିଲେ କେନ୍ଦୁଝରର ଝିଅ ବୈଷ୍ଣବୀ

4

ଜାତୀୟ କୁଡୋ ଚାମ୍ପିଅନସିପ ଜୁନିଅର ବର୍ଗରେ ଜିତିଲେ ସ୍ଵର୍ଣ ପଦକ

କେନ୍ଦୁଝର, ୨୭ ଅକ୍ଟୋବର: କେନ୍ଦୁଝରର ଝିଅ ବୈଷ୍ଣବୀ ଗୁପ୍ତା ଗୁଜରାଟର ସୁରଟଠାରେ ଅନୁଷ୍ଠିତ ୧୬ତମ ଜାତୀୟ କୁଡୋ ପ୍ରତିଯୋଗିତାର କନିଷ୍ଠ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଜିଲ୍ଲା ଓ ଓଡ଼ିଶା ପାଇଁ ସୁନାମ ଆଣିଦେଇଛନ୍ତି।
କେନ୍ଦୁଝରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଛାତ୍ରୀ ବୈଷ୍ଣବୀଙ୍କ ଉଲ୍ଲେଖନୀୟ ସଫଳତା ହାସଲ କରିବା ତାଙ୍କ ବିଦ୍ୟାଳୟ ଏବଂ ଜିଲ୍ଲା ପାଇଁ ଏକ ବଡ଼ ଆନନ୍ଦର ମୁହୂର୍ତ୍ତ ଆଣିଦେଇଛି ।କେନ୍ଦୁଝର ପୂର୍ବତଟ ରେଳବାଇରେ ଟ୍ରେନ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିବା ସଞ୍ଜୟ କୁମାରଙ୍କ ଝିଅ ବୈଷ୍ଣବୀଙ୍କ ବିଜୟ ତାଙ୍କ ସମର୍ପଣ, ଶୃଙ୍ଖଳା ଏବଂ କ୍ରୀଡା ମନୋଭାବର ପ୍ରମାଣ ଭାବେ ବିଦିତ ହୋଇଛି।

ଏହି ଅବସରରେ ଅତ୍ୟନ୍ତ ଖୁସି ପ୍ରକାଶ କରି, କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ ବୈଷ୍ଣବୀ ଏବଂ ତାଙ୍କ ପରିବାରକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଏହି ସଫଳତା କେନ୍ଦୁଝର ଏବଂ ଓଡ଼ିଶାର ଅନେକ ଯୁବ ଖେଳାଳିଙ୍କୁ କ୍ରୀଡ଼ାରେ ଉତ୍କର୍ଷତା ହାସଲ କରିବାକୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି।

Leave A Reply

Your email address will not be published.