ଫାର୍ମାସିଷ୍ଟଙ୍କ ତତ୍ବାବଧାନରେ ଚାଲିଛି ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର

4

ସ୍ଥାୟୀ ଡାକ୍ତର ସହିତ ଟେକନିସିଆନ ନିଯୁକ୍ତ କରି ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ସହରବାସୀଙ୍କ ଦାବି,

ଓଡ଼ଗାଁ,୨୪।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ର ସହରୀ ଜନସାଧାରଣଙ୍କୁ ସ୍ବତନ୍ତ୍ର ତଥା ଉଚ୍ଚ ମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଦଲକ କଲେଜରୋଡ ବସଷ୍ଟାଣ୍ଡ ସାମ୍ନାରେ ଚାଲିଥିବା ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନାମକୁ ମାତ୍ର କାର୍ଯ୍ୟ କରୁଛି । ଏଠାରେ ଆନୁସଙ୍ଗିକ ସୁବିଧା ସୁଯୋଗ ନଥିବା ବେଳେ ପ୍ରଚାର ପ୍ରସାର ଅଭାବରୁ ସହରବାସୀଙ୍କ ପାଇଁ ଏହା ଏବେବି ଅଜଣା ହୋଇ ରହିଛି । ଦିନକୁ ଜଣେ କିମ୍ବା ଦୁଇଜଣ ରୋଗି ଏଠାକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଏଠାରେ ନିଯୁକ୍ତ ଜଣେ ଫାର୍ମାସିଷ୍ଟ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରିଥାନ୍ତି । ଆବଶ୍ୟକ କ୍ଷେତ୍ରରେ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଜଣେ ଡାକ୍ତର ଏଠାକୁ ବେଳେ ବେଳେ ଆସି କାର୍ଯ୍ୟ ଚଳାଇଥାନ୍ତି । ତେବେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦୈନିକ ୨ ଶହରୁ ୨୫୦ ରୋଗି ଚିକିତ୍ସା ପାଇଁ ଆସୁଥିବାରୁ ଡ଼ାକ୍ତର ମାନଙ୍କ କାର୍ଯ୍ୟଭାର ବଳେଇ ପଡ଼ିଥାଏ । ଏଣୁ ସର୍ବଦା ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ସେମାନଙ୍କ ପକ୍ଷେ ସମ୍ଭବ ପର ହେଉନାହିଁ । ତେଣୁ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସଠିକ୍ ଭାବେ କାର୍ଯ୍ୟକ୍ଷମ କରିବା ପାଇଁ ଏଠାରେ ଜଣେ ସ୍ଥାୟୀ ଡାକ୍ତର ସହିତ ଜଣେ ଲାବ୍ ଟେକନିସିଆନ ନିଯୁକ୍ତ କରାଯାଇ ଏହାକୁ ପୁର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ କରିବା ନିମନ୍ତେ ସହରବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.