ପଦ୍ମପୁର: – ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଜିଲ୍ଲାସ୍ତରୀୟ କବାଡି ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ନିରାଲମ୍ବ ପ୍ରସାଦ ପଟେଲ, ଏ ବି ଇ ଓ ଶ୍ରୀ ଜୟକୁମାର ସାହୁ,ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ଶ୍ରୀ ଜିତେନ୍ଦ୍ର କୁମାର ପଣ୍ଡା ଓ ଶ୍ରୀ ସରୋଜ କୁମାର ଷଡ଼ଙ୍ଗୀ ପ୍ରମୁଖ ମଞ୍ଚାସିନ ଥିଲେ। ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗିତାକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଗଠନ କରାଯାଇଥିବା ବିଭିନ୍ନ କମିଟି ଗୁଡ଼ିକ ର କାର୍ଯ୍ୟାବଳୀ ଗୁଡ଼ିକ ଆଲୋଚିତ ହୋଇ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ଵ ପ୍ରଦାନ କରାଯାଇଥିଲା। ଏଠାରେ ଉଲ୍ଲେଯୋଗ୍ୟ ଯେ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗିତା ଆସନ୍ତା ନଭେମ୍ବର ୬ ରୁ ନଭେମ୍ବର ୮ ତାରିଖରେ ରାଜବୋଡ଼ାସମ୍ବର ଖେଳ ପଡିଆ ଓ ଅନ୍ୱେଷା ଖେଳ ପଡିଆ ଠାରେ ଅନୁଷ୍ଠିତ ହେବ।କାର୍ଯ୍ୟକ୍ରମଟିକୁ କ୍ରୀଡା ସମ୍ପାଦକ ଶ୍ରୀ ହରେକୃଷ୍ଣ ମେହେର ସଂଯୋଜନା କରିଥିବା ବେଳେ ଶ୍ରୀ କ୍ଷୀରସିନ୍ଧୁ ସୁନା ଧନ୍ୟବାଦ୍ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.