ପିସିସି ସଭାପତି ଭକ୍ତ ଦାସ ଓ ଦଳକୁ ମିଛରେ ବଦନାମ ଉଦ୍ୟମକୁ କଂଗ୍ରେସର ନିନ୍ଦା।

4

 କେନ୍ଦୁଝର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ରାଲି ସହ ଟାଉନ ଥାନାରେ ଏତଲା।   

କେନ୍ଦୁଝର,ତା୨୩/୧୦- ଏବେ ନୂଆପଡାରେ ଘମାଘୋଟ ନିର୍ବାଚନ ପ୍ରଚାର ଚାଲିଛି କଂଗ୍ରେସ ଦଳ ଭଲ ଲଢେଇ କରୁଛି। ପ୍ରଦେଶ କଂଗ୍ରେସର ସଭାପତି ଭକ୍ତ ଚରଣ ଦାସ ଦଳବଳ ଧରି ଜୋରଦାର କସରତ କରୁଛନ୍ତି। ତେବେ ଏହି ମଉକାରେ କିଛି ଟାଉଟର ତାଙ୍କୁ ଓ ରାଜ୍ୟ କଂଗ୍ରେସକୁ ମିଛରେ ବଦନାମ କରିବାକୁ ହୀନ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରି ଆଜି ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ମନୋଜ କୁମାର ଜେନାଙ୍କ ଆହ୍ୱାନ କ୍ରମେ କଂଗ୍ରେସ କର୍ମୀ ମାନେ ବିକ୍ଷୋଭ ରାଲି କରି ଟାଉନ ଥାନା ଅଧିକାରୀଙ୍କୁ ଏକ ଏତଲା ଦେଇଛନ୍ତି। ଅଭିଯୋଗ ଅନୁସାରେ ଏହି ମାସ ୧୫ ତାରିଖ ପରଠାରୁ ପିସିସି ସଭାପତି ନୂଆପଡ଼ା ଠାରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ବେଳେ ଫୋକସ ପ୍ଲସ ଟିଭି ନାମକ ଏକ ୱେବ ଚାନେଲ ବିନା ତଥ୍ୟ ପ୍ରମାଣରେ ମନଗଢା ଖବର ପ୍ରସାରଣ କରି ତାଙ୍କୁ ଓ ଦଳକୁ ବଦନାମ ଲାଗି ଉଦ୍ୟମ କରାଯାଉଛି ଯାହା ଏକ ସାଇବର ଅପରାଧ। ଫୋକସ ପ୍ଲସ ଏଡିଟର ସୁଧାଂଶୁ ଶେଖର ରାଉତ ଏହି ମିଛ ଖବର ପ୍ରସାରଣ କରି ଉପ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାକୁ ଉଦ୍ୟମ ଚଳାଉଛନ୍ତି। ବିନା ପ୍ରମାଣରେ ଏପରି ଖବର ପ୍ରସାରଣ ଲାଗି ତାଙ୍କୁ ତୁରନ୍ତ ଗିରଫ କରିବା ସହ ୱେବ ଚାନେଲକୁ ବନ୍ଦ କରିବାକୁ କେନ୍ଦୁଝର କଂଗ୍ରେସ ଦାବି କରିଛି। ସେହିପରି ଅଜୟ ପଣ୍ଡା ନାମକ ବ୍ୟକ୍ତି ନିଜକୁ କଂଗ୍ରେସ କର୍ମୀ ବୋଲି ମିଥ୍ୟାରେ କହି ପିସିସି ସଭାପତିଙ୍କ ନାମରେ ଅନେକ ବାଜେ କଥା ନିଜ ସୋସିଆଲ ମିଡ଼ିଆର ଫେସବୁକ ଆକାଉଣ୍ଟରେ ଲେଖି ଚାଲିଛନ୍ତି ଯାହା ପିସିସି ସଭାପତିଙ୍କ ସମ୍ମାନ ଉପରେ ଆଞ୍ଚ ଆଣୁଛି। ପୁଣି ଜଣେ ଯାତ୍ରା ପାର୍ଟି ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ ବାବୁ ଜବରଦସ୍ତି କଂଗ୍ରେସ ଦଳରେ ମିଶିବେ ବୋଲି ଆସି ରାଜ୍ୟ କଂଗ୍ରେସ ଭବନ ଫାଟକ ଦ୍ୱାରେ ଝାମେଲା କରିଥିଲେ। ନାଣ୍ଡୁ ବାବୁଙ୍କ ଅପରାଧ ରେକର୍ଡ ଦେଖି ତାଙ୍କୁ ପିସିସି ସଭାପତି ଶ୍ରୀଭକ୍ତ ଚରଣ ଦାସ ଦଳରେ ନେବାକୁ ସ୍ପଷ୍ଟ ମନା କରିଥିଲେ। ଏକ ଗୁରୁତ୍ୱପୂର୍ଣ୍ଣ ଉପନିର୍ବାଚନ ଚାଲିଥିବା ବେଳେ ଉକ୍ତ ନାଣ୍ଡୁ କଂଗ୍ରେସ ଦଳରେ ମିଶି ନପାରି ପିସିସି ସଭାପତିଙ୍କ ବିରୁଦ୍ଧରେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି। ଫୋକସ ପ୍ଲସ ଚାନେଲ ଏହି ସବୁ ଲୋକଙ୍କୁ ନେଇ ମନ୍ଦ ଉଦ୍ଦେଶ୍ୟ ରଖି ପିସିସି ସଭାପତି ଓ କଂଗ୍ରେସ ଦଳକୁ ବଦନାମ ଉଦ୍ୟମ ଆଉ ବରଦାସ୍ତ ନହେବାରୁ ଆଜି ଏହି ଏତଲା ଦିଆଯାଇଛି ବୋଲି କୁହାଯାଇଛି। ଆଜି କଂଗ୍ରେସ ଭବନରୁ ଅନେକ ନେତା କର୍ମୀ ଅନେକ ମହିଳାଙ୍କ ସହ ଏକଜୁଟ ହୋଇ ବିଭିନ୍ନ ସ୍ଲୋଗାନ ବଜାର ପରିକ୍ରମା କରି ଟାଉନ ଥାନାର ଅଧିକାରୀଙ୍କୁ ଏହି ଏତଲା ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଆଜି ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପିସିସି ସାଧାରଣ ସମ୍ପାଦକ ପୂର୍ବତନ ସଦର ବିଧାୟକ ସୁବର୍ଣ୍ଣ ନାୟକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର,ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ,ଉତ୍ତମ ସାହୁ,ରତ୍ନାକର ଜେନା, ଦିଲୀପ କୁମାର ସାହୁ,ସୌମ୍ୟ ରଞ୍ଜନ ରାଉତ,ସୁଢଳ କୁମାର ସେଠୀ,ରଘୁନାଥ ପାତ୍ର, କ୍ଷୀରୋଦ ପାତ୍ର, ପୂର୍ଣ୍ଣ ଦାସ, ଆର୍ତ୍ତ ଦାସ, ଦିନେଶ ରାଉତ ଆଦି ଯୋଗ ଦେଇ ସହଯୋଗ କରିଥିଲେ।

Leave A Reply

Your email address will not be published.